Image Courtesy of NDTV
ୱାସିଂଟନ୍: ରବିବାର ଦିନ ଆମେରିକାର ଡିଟ୍ରଏଟ୍ ଓ ହଷ୍ଟନ୍ରେ ଦୁଇଟି ପୃଥକ୍ ଗୁଳିକାଣ୍ଡ ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ନିର୍ବିଚାର ଭାବେ ୪ଜଣଙ୍କ ଉପରକୁ ଗୁଳି ଚଳାଇ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ମାରି ପକାଇଥିବା ଜଣେ ସନ୍ଦିଗ୍ଧଙ୍କୁ ରବିବାର ଦିନ ଆମେରିକୀୟ ନଗରୀ ଡିଟ୍ରଏଟ୍ର ପୁଲିସ ଖୋଜୁଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
ମିଡ୍ୱେଷ୍ଟର୍ଣ୍ଣ ସିଟିର ପୁଲିସ ମୁଖ୍ୟ ଜେମ୍ସ୍ ହ୍ବାଇଟ୍ ଗଣମାଧ୍ୟମକୁ କହିଛନ୍ତି ଯେ, ଗୁଳିଚୋଟରେ ନିହତ ପ୍ରଥମ ୩ଜଣଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ମହିଳା ଓ ଜଣେ ପୁରୁଷ। ପ୍ରତ୍ୟୁଷରେ ସହରର ଭିନ୍ନ ଭିନ୍ନ ପ୍ରାନ୍ତରେ ସେମାନଙ୍କ ଉପରକୁ ଏକାଧିକବାର ଗୁଳି ଚଳାଯାଇଥିଲା। ନିହତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ବସ୍କୁ ଅପେକ୍ଷା କରିଥିଲେ। ଆଉ ଜଣେ ତାଙ୍କ କୁକୁରକୁ ବୁଲାଉଥିଲେ ଏବଂ ତୃତୀୟ ବ୍ୟକ୍ତିଜଣକ ସେମିତି ରାସ୍ତାରେ ବୁଲୁଥିଲେ। ଚତୁର୍ଥ ବ୍ୟକ୍ତିଜଣକ ଗୋଟିଏ କାର୍ ଝରକା ଭିତରକୁ ଉଙ୍କିମାରି ସନ୍ଦିଗ୍ଧ ଗୁଳି ଚାଳକଙ୍କୁ ଦେଖିବା ପରେ ତାଙ୍କୁ ଗୁଳି ଚାଳନା ବନ୍ଦ କରିବାକୁ କହିଥିଲେ। କିନ୍ତୁ, ସନ୍ଦିଗ୍ଧ ସେ ବ୍ୟକ୍ତିଙ୍କୁ ମଧ୍ୟ ତତ୍କ୍ଷଣାତ୍ ଗୁଳି ମାରି ହତ୍ୟା କଲେ।
Image Courtesy of New York Postଗୁଳି ଚୋଟରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବଞ୍ଚିଥିବା କଥା ପୁଲିସ ସ୍ଥାନୀୟ ଗଣମାଧ୍ୟମକୁ କହିଛି। ସନ୍ଦିଗ୍ଧକୁ ଚିହ୍ନଟ କରିବା ପାଇଁ ସର୍ବସାଧାରଣରେ ତା’ର ଫଟୋ ରିଲିଜ୍ କରି କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ତାଙ୍କୁ ଚିହ୍ନଟ କରିପାରିଲେ ପୁଲିସକୁ ସୂଚନା ଦେବେ।
ସେହିପରି, ରବିବାର ଦିନ ହଷ୍ଟନ୍ର ଟେକ୍ସାନ୍ ନଗରୀରେ ମଧ୍ୟ ଜଣେ ବନ୍ଧୁକଧାରୀ ୩ଜଣ ବ୍ୟକ୍ତିଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ବନ୍ଧୁକଧାରୀଜଣକ ପ୍ରଥମେ ଉକ୍ତ ଲୋକମାନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ।
ହଷ୍ଟନ୍ ପୁଲିସ ମୁଖ୍ୟ ଟ୍ରୟ ଫିନର୍ ଆଉ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏ ସନ୍ଦିଗ୍ଧଜଣକ କେତେଗୁଡ଼ିଏ ଘରେ ନିଆଁ ଲଗାଇ ଦେଇ ଅନ୍ତେଃବାସୀମାନଙ୍କ ବାହାରି ଆସିବାକୁ ଅପେକ୍ଷା କରିଥିଲେ। ଅନ୍ତେଃବାସୀମାନେ ପଦାକୁ ବାହାରିବା ପରେ ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା।
ଘଟଣାସ୍ଥଳରେ ପହଞ୍ଚିଥିବା ଦମକଳ ବାହିନୀ କର୍ମଚାରୀମାନେ ନିଆଁ ଲିଭାଇବା ସହ ବନ୍ଧୁକଧାରୀଙ୍କ ଠାରୁ ସୁରକ୍ଷିତ ରହିବାକୁ ପଡ଼ିଥିଲା। ଠିକଣା ସମୟରେ ପୁଲିସ ସେଠାରେ ପହଞ୍ଚି ସନ୍ଦିଗ୍ଧଙ୍କୁ ଗୁଳି ମାରି ହତ୍ୟା କରିଥିଲା।
Follow Us