କୁମ୍ଭରୁ ଫେରିବା ବେଳେ ଚାଲିଗଲା ୬ ଜୀବନ: ୩ ପୃଥକ୍‌ ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ

Advertisment

୩ଟି ରାଜ୍ୟରେ  ୩ଟି ପୃଥକ୍‌ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଯାଇଛି।  ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କର୍ଣ୍ଣାଟକର ୬ ଜଣଙ୍କର ମୃତ୍ୟୁ ହୋଇଛି।

୩ଟି ରାଜ୍ୟରେ  ୩ଟି ପୃଥକ୍‌ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଯାଇଛି।  ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କର୍ଣ୍ଣାଟକର ୬ ଜଣଙ୍କର ମୃତ୍ୟୁ ହୋଇଛି।

dfdfxcvv

ନୂଆଦିଲ୍ଲୀ: ୩ଟି ରାଜ୍ୟରେ  ୩ଟି ପୃଥକ୍‌ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଯାଇଛି।  ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କର୍ଣ୍ଣାଟକର ୬ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ବିହାର ପାଟନାରେ ନୁରା ପୋଲ ଉପରେ ଟେମ୍ପୋ-ଟ୍ରକ୍‌ ଧକ୍କାରେ ୭ ଜଣ ଏବଂ ହରିୟାଣାର ଜିନ୍ଦ୍‌ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। କର୍ଣ୍ଣାଟକ ବେଲଗଭି ଜିଲ୍ଲାର ଗୋକକ୍‌ ତାଲୁକାର କିଛି ବ୍ୟକ୍ତି ମହାକୁମ୍ଭ ମେଳା ବୁଲିବାକୁ ଫେବ୍ରୁଆରି ୧୮ ତାରିଖରେ ଯାଇଥିଲେ। ତେବେ ଆଜି ‌ସେମାନେ ମହାକୁମ୍ଭରୁ ଫେରୁଥିବାବେଳେ ବାଟରେ ସେମାନଙ୍କ  ଦ୍ରୁତଗାମୀ ଜିପ୍‌ ଏକ ବସ୍‌କୁ ଧକ୍କା ଦେଇଥିଲା। ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୨ ଜଣ ଗୁରୁତର  ଆହତ ହୋଇଛନ୍ତି। ଜବଲପୁର ଜିଲ୍ଲାପାଳ ଦୀପକ ସାକ୍ସେନା କହିଛନ୍ତି,  ଖିତୌଲା ଥାନା ଅଧୀନ ପହରେବା ଗ୍ରାମରେ ଏହି ଦୁର୍ଘଟଣା ହୋଇଛି। ଜବଲପୁର ଦେଇ କର୍ଣ୍ଣାଟକ ଯାଉଥିବାବେଳେ ଏହି ଦୁର୍ଘଟଣା ହୋଇଥିବା ପୁଲିସ କହିଛି।  

ଅନ୍ୟପକ୍ଷେ ବିହାରର ପାଟନା ସ୍ଥିତ ମସୌଡ଼ିରେ ଗତତାଲି ବିଳମ୍ବିତ ରାତିରେ ନୁରା ପୋଲ ଉପରେ ଟ୍ରକ୍‌ ସହିତ ଟେମ୍ପୋ ଧକ୍କା ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୭ ଜଣ ଆହତ ହୋଇଛନ୍ତି।    ଏମାନେ ଶ୍ରମିକ। କାମରୁ ଟେମ୍ପୋରେ ଫେରୁଥିବା ବେଳେ ସେମାନଙ୍କ ଗାଡ଼ି ଟ୍ରକ୍‌ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଟ୍ରକ୍‌ ଏବଂ ଟେମ୍ପୋ ପୋଲ ତଳକୁ ଖସିପିଡ଼ିଥିଲା। ସ୍ଥାନୀୟ ଲୋକ ପ୍ରଥମେ ଦୁର୍ଘଟଣା‌ ସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଅନ୍ୟପକ୍ଷେ ହରିୟାଣାର ପଞ୍ଚକୁଳାରେ ରବିବାର ଏକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି।  ୪ ଜଣ ଯୁବକ ହିମାଚଳପ୍ରଦେଶରୁ କାର୍‌ରେ ଫେରୁଥିବାବେଳେ ବାଟରେ ସେମାନଙ୍କ ଗାଡ଼ି ଏକ ଟ୍ରକ୍‌ ଉପରକୁ ମାଡ଼ି ଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe