ମୁମ୍ବାଇ: ସୋମବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ବିଜେପି ବିଧାୟକ ବିଜୟ ରାହାଙ୍ଗଦେଲଙ୍କ ପୁଅଙ୍କ ସମେତ ଏକ ମେଡିକାଲ କଲେଜର ୭ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ସାତଜଣ ସାୱାଙ୍ଗି ମେଡିକାଲ୍ କଲେଜର ପ୍ରଥମ ବର୍ଷର ଛାତ୍ର ଥିଲେ ଏବଂ ବିଳମ୍ବିତ ରାତିରେ ଡ୍ରାଇଭ୍ ପାଇଁ ସେମାନେ ବାହାରକୁ ଯାଇଥିଲେ। ୱାର୍ଦ୍ଧାର ସେଲସୁରା ନିକଟରେ ଥିବା ଏକ ପୋଲ ଉପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଜାଇଲୋ କାର୍ଟି ପୋଲରୁ ପ୍ରାୟ ୪୦ ଫୁଟ ତଳକୁ ଖସିପଡିଥିଲା। କାରରେ ଥିବା ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରମାନଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।
ସଡ଼କ ଦୁର୍ଘଟଣାରେ ୭ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ: ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
Advertisment
Follow Us