ଭାରତରେ କରୋନାଭାଇରସ୍ ସଂକ୍ରମଣ ଛଅ ମାସ ପୂରିଲା

Advertisment
ଭାରତରେ କରୋନାଭାଇରସ୍ ସଂକ୍ରମଣ ଛଅ ମାସ ପୂରିଲା

Image Courtesy of India Today

ଚେନ୍ନାଇ: ଚୀନ୍‌ରେ ହଜାର ହଜାର ଲୋକଙ୍କୁ ସଂକ୍ରମିତ କରିଥିବା ରହସ୍ୟମୟ ନୂତନ ଅସୁସ୍ଥତା ମଧ୍ୟରେ ଜାନୁଆରି ୨୫ ତାରିଖ ଦିନ କେରଳ ଅନ୍ତର୍ଗତ ତ୍ରିସୁରର ଜେଣ ଛାତ୍ରୀ ଘରକୁ ଫେରିଲେ। ଦୁଇ ଦିନ ପରେ ଊହାନ୍‌ରେ ଭେଷଜ ପଢୁଥିବା ସେ ଝିଅଟିର ତଣ୍ଟି ଦରଜ ହେବାରୁ ସେ ତୁରନ୍ତ ଏହି ଉପସର୍ଗ ବିଷୟରେ ରିପୋର୍ଟ କରି ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଗ‌ଲା। ଜାନୁଆରି ୩୦ ତାରିଖ ଦିନ, ଆଜକୁ ଛଅ ମାସ ତଳେ ସେ ଭାରତର ପ୍ରଥମ କୋଭିଡ୍-୧୯ ‌ଆକ୍ରାନ୍ତ ରୂପେ ବିବେଚିତା ହୋଇଥିଲେ।

ଜାନୁଆରି ୩୦ ତାରିଖ ଦିନ ଭାରତ ପ୍ରଥମ ସଂକ୍ରମଣ ମାମଲା ‌ରିପୋର୍ଟ କରିବା ବେଳେ ବିଶ୍ବବ୍ୟାପୀ ସଂକ୍ରମଣ ସଂଖ୍ୟା ଥିଲା ୮୦୦୦। କିନ୍ତୁ, ତ୍ରିସୁର ମାମଲାକୁ ମିଶାଇ ଚୀନ୍ ବାହାରେ ଏହି ସଂଖ୍ୟା ଥିଲା ମାତ୍ର ୧%। ଏହାର ମାତ୍ର ଦୁଇ ମାସ ପରେ ବିଶ୍ବର ସବୁଠୁ ଅଧିକ ସଂକ୍ରମିତ ଦେଶ ହୋଇଥିବା ଇଂଲଣ୍ଡ ଏବଂ ଇଟାଲିରେ ସେତେବେଳେ ଗୋଟିଏ ହେଲେ ସଂକ୍ରମଣ ମାମଲା ନ ଥିଲା। କିନ୍ତୁ, ଆମେରିକାରେ ସେତେବେଳକୁ ୫ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

publive-image Image Courtesy of Outlook India

ପ୍ରଥମ ମାସରେ ଭାରତରେ ଆଉ ଦୁଇଟି ସଂକ୍ରମଣ ମାମଲା ରେଜିଷ୍ଟ୍ରି କରାଯାଇଥିଲା। ସେ ଦୁଇ ଶିକ୍ଷାର୍ଥୀ ମଧ୍ୟ ଏକା ସମୟରେ ଚୀନ୍‌ରୁ ଫେରିଥିଲେ। ଅନ୍ୟାନ୍ୟ ରାଜ୍ୟ ସମେତ ମହାରାଷ୍ଟ୍ର, ଦିଲ୍ଲୀ ଏବଂ କର୍ଣ୍ଣାଟକରେ ସଂକ୍ରମଣ ବଢ଼ି ଚାଲିବାରୁ ଏହା ପର ମାସରେ ଭାରତରେ ୧୦୦୦ରୁ ଅଧିକ ସଂକ୍ରମଣ ମାମଲା ‌ରିପୋର୍ଟ ହେଲା। ଏବଂ ଏପ୍ରିଲ୍ ମାସରେ ସଂକ୍ରମଣ ଦ୍ରୁତତର ହେଲା।

ପ୍ରଥମ ମାସରେ ସଂକ୍ରମଣ କେବଳ କେରଳରେ ସୀମିତ ଥିଲା। ମାର୍ଚ ମାସରେ ମଧ୍ୟ କେରଳର ସଂକ୍ରମଣ ମାମଲା ଭାରତରେ ସର୍ବାଧିକ ଥିଲା। ଏପ୍ରିଲ୍ ପର ଠାରୁ ମହାରାଷ୍ଟ୍ରରେ ସବୁଠୁ ଅଧିକ ସଂକ୍ରମଣ ମାମଲା ଆସିଲା। ତା’ପଛକୁ ରହିଲେ ତାମିଲନାଡୁ ଓ ଦିଲ୍ଲୀ। ଏବେ ସଂକ୍ରମଣର ୬ ମାସ ପୂର୍ତ୍ତିରେ ଭାରତର ସବୁ ରାଜ୍ୟରେ ସଂକ୍ରମଣ ଅଧିକ ବିସ୍ତାର ଲାଭ କରୁଛି।

ଜାନୁଆରି ୩୦ ତାରିଖ ଠାରୁ ଭାରତରେ ବଢ଼ିଚାଲିଥିବା ସଂକ୍ରମଣ ସମ୍ପ୍ରତି ବିଶ୍ବ ସଂକ୍ରମଣର ୧୦%ରେ ଥିବା ବେଳେ ପ୍ରତି ଦିନ ହାରାହାରି ୨୦% ନୂତନ ସଂକ୍ରମଣ ବାହାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe