Image Courtesy of The New Indian Express
ଶ୍ରୀନଗର: ନ୍ୟାସ୍ନାଲ୍ କନ୍ଫରେନ୍ସ, କଂଗ୍ରେସ, ପିଡିପି, ପିପୁଲ୍ସ୍ କନ୍ଫରେନ୍ସ୍, ସିପିଏମ୍ ଏବଂ ଅୱାମି ନ୍ୟାସ୍ନାଲ୍ କନ୍ଫରେନ୍ସ୍ ସମେତ ଛଅଟି ରାଜନୈତିକ ଦଳ ଗୁରୁତ୍ବାରୋପ କରି କହିଛନ୍ତି ଯେ, ସେମାନେ ୨୦୧୯, ଅଗଷ୍ଟ ୪ର ‘ଗୁପକର ଘୋଷଣା’ ସୂତ୍ରରେ ଆବଦ୍ଧ ଏବଂ ସମ୍ବିଧାନର ଧାରା ୩୭୦ ଏବଂ ୩୫ ଏ ଓ ଜମ୍ମୁ ଓ କଶ୍ମୀରର ରାଜ୍ୟମାନ୍ୟତା ଫେରାଇ ଆଣିବାକୁ ସଂଗ୍ରାମ କରିବେ।
ଶନିବାର ଦିନ ‘ନ୍ୟାସ୍ନାଲ୍ କନ୍ଫରେନ୍ସ’ ଦ୍ବାରା ରିଲିଜ୍ ହୋଇଥିବା ରାଜନୈତିକ ନେତାମାନଙ୍କର ମିଳିତ ବିବୃତିରେ ଉଲ୍ଲେଖ ଅଛି ଯେ, ୨୦୧୯ ଅଗଷ୍ଟ ୪ ତାରିଖ ‘ଗୁପକର ଘୋଷଣା’ର ବିଷୟବସ୍ତୁ ଆଧାରରେ ସମ୍ପୂର୍ଣ୍ଣରୂପେ ଆବଦ୍ଧ ବୋଲି ଆମେ ସମସ୍ତେ ପୁଣି ଥରେ କହୁଛୁ ଏବଂ ଦୃଢ଼ତାର ସହ ତାହା ପାଳନ କରିବୁ। ସମ୍ବିଧାନର ଧାରା ୩୭୦ ଏବଂ ୩୫ ଏ ଓ ଜମ୍ମୁ ଓ କଶ୍ମୀରର ରାଜ୍ୟମାନ୍ୟତା ଫେରାଇ ଆଣିବାକୁ ସଂଗ୍ରାମ କରିବାକୁ ବଦ୍ଧ ପରିକର। ରାଜ୍ୟକୁ କୌଣସି ପ୍ରକାର ବିଭାଜନ କରିବା ଆମ ପ୍ରତି ଗ୍ରହଣୀୟ ନୁହେଁ। ଆମେ ସର୍ବସମ୍ମତି କ୍ରମେ ପୁନର୍ବାର କହୁଛୁ ଯେ, ଆମ ବିନା କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ପାରିବ ନାହିଁ।
Image Courtesy of Hindustan Timesଏହି ବିବୃତି ‘ନ୍ୟାସ୍ନାଲ୍ କନ୍ଫରେନ୍ସ୍’ର ଅଧ୍ୟକ୍ଷ ଫାରୁକ୍ ଅବ୍ଦୁଲ୍ଲା, ‘ପିଡିପି’ ମୁଖ୍ୟ ମେହବୁବା ମୁଫ୍ତି, ‘ଜମ୍ମୁ ଓ କଶ୍ମୀର କଂଗ୍ରେସ ମୁଖ୍ୟ ଗୁଲାମ ଅହମଦ୍ ମିର, ‘ସିପିଏମ୍’ ରାଜ୍ୟ ସଚିବ ମହମ୍ମଦ ୟୁସୁଫ୍ ତରିଙ୍ଗାମି, ‘ପିପୁଲ୍ସ୍ କନ୍ଫରେନ୍ସ’ ଅଧ୍ୟକ୍ଷ ସାଜାଦ ଗନି ଲୋନ୍ ଏବଂ ‘ଅୱାମି ନ୍ୟାସ୍ନାଲ୍ କନ୍ଫରେନ୍ସ୍’ ଉପାଧ୍ୟକ୍ଷ ମୁଜାଫର୍ ଶାହା ପ୍ରଭୃତିଙ୍କ ସ୍ବାକ୍ଷର ବହନ କରିଛି।
ଏହି ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଜମ୍ମୁ ଓ କଶ୍ମୀରର ସ୍ବତନ୍ତ୍ର ପାହ୍ୟା ଉଚ୍ଛେଦ ହୋଇ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରାଇଥିବା ୨୦୧୯, ଅଗଷ୍ଟ ୫ ତାରିଖର ଦୁଃଖଦ ଘଟଣା ଜମ୍ମୁ ଓ କଶ୍ମୀର ଏବଂ ଦିଲ୍ଲୀ ମଧ୍ୟରେ ଥିବା ସମ୍ପର୍କକୁ ବଦଳାଇ ଦେଇଛି।
Follow Us