୬ଜଣଙ୍କୁ ମିଳିବ କାନପୁର ଗ୍ୟାଙ୍ଗ୍‌ଷ୍ଟର୍‌ ବିକାଶ ଦୁବେଙ୍କ ନାମରେ ଘୋଷିତ ୫ ଲକ୍ଷ ଟଙ୍କା ପୁରସ୍କାର

Advertisment
୬ଜଣଙ୍କୁ ମିଳିବ କାନପୁର ଗ୍ୟାଙ୍ଗ୍‌ଷ୍ଟର୍‌ ବିକାଶ ଦୁବେଙ୍କ ନାମରେ ଘୋଷିତ ୫ ଲକ୍ଷ ଟଙ୍କା ପୁରସ୍କାର

Image Courtesy of Zee News

ଭୋପାଳ: କାନପୁରର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍‌ ବିକାଶ ଦୁବେଙ୍କ ନାମରେ ଘୋଷିତ ୫ ଲକ୍ଷ ଟଙ୍କା ପୁରସ୍କାର ଅର୍ଥରାଶି ଛଅଜଣ ବ୍ୟକ୍ତି ପାଇବେ ବୋଲି ମଧ୍ୟପ୍ରଦେଶ ପୁଲିସ ସ୍ଥିର କରିଛି। ଉଜ୍ଜୟିନୀର ମହାକାଳ ମନ୍ଦିର ପରିସରରୁ ଗିରଫ ହେବାର ଦିନକ ପରେ ଜୁଲାଇ ୧୦ ତାରିଖ ଦିନ ଏନ୍‌କାଉଣ୍ଟର୍‌ରେ ଦୁବେଙ୍କର ମୃତ୍ୟୁ ଘଟିଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ୬ଜଣ ବ୍ୟକ୍ତିଙ୍କ ମଧ୍ୟରେ ଏହି ପୁରସ୍କାର ଅର୍ଥରାଶି ବଣ୍ଟାଯିବ ବୋଲି ମଧ୍ୟପ୍ରଦେଶ ପୁଲିସ ଚୂଡ଼ାନ୍ତ କରିବା ସହ ସେମାନଙ୍କର ନାମ ତାଲିକା ରାଜ୍ୟ ପୁଲିସ ମହାନିର୍ଦେଶକଙ୍କ ନିକଟକୁ ପଠାଇ ଦେଇଛି।

୫ ଲକ୍ଷ ଟଙ୍କାର ପୁରସ୍କାର ଅର୍ଥରାଶି କେଉଁମାନେ ପାଇବାକୁ ଯୋଗ୍ୟ ଏକ ତିନିଜଣିଆ ସଦସ୍ୟବିଶିଷ୍ଟ କମିଟି ତାହା ସ୍ଥିର କରିଥିଲା। ଉକ୍ତ କମିଟିର ସୁପାରିସକ୍ରମେ ଏହି ନାମ ତାଲିକା ଚୂଡ଼ାନ୍ତ କରାଯାଇଥିଲା। ଗ୍ୟାଙ୍ଗ୍‌ଷ୍ଟର୍‌ ବିକାଶ ଦୁବେଙ୍କୁ ଧରାଇଦେବା ନିମନ୍ତେ ଉତ୍ତର ପ୍ରଦେଶ ସରକାର ଏହି ପୁରସ୍କାର ଘୋଷଣା କରିଥିଲେ।

publive-image Image Courtesy of Hindustan Times

ତାଲିକା ଅନୁସାରେ, ମଧ୍ୟପ୍ରଦେଶର ତିନିଜଣ ପୁଲିସ କର୍ମଚାରୀଙ୍କ ସମେତ ଛଅଜଣ ବ୍ୟକ୍ତି ଏହି ପୁରସ୍କାରରୁ ଭାଗ ପାଇବେ। ଏହି ଛଅଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁରେଶ କହଁର ନାମକ ଫୁଲ ବିକାଳି। ସେ ହିଁ ପ୍ରଥମେ ବିକାଶ ଦୁବେଙ୍କୁ ଚିହ୍ନି ପାରିଥିଲେ।

ମନ୍ଦିର ମଧ୍ୟକୁ ଗ୍ୟାଙ୍ଗ୍‌ଷ୍ଟର୍‌ ବିକାଶ ପ୍ରବେଶ କରୁଛନ୍ତି ବୋଲି ଚିହ୍ନିପାରି ସୁରେଶ ମନ୍ଦିର ନିରାପତ୍ତା କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ମହାକାଳ ମନ୍ଦିରର ଘରୋଇ ନିରାପତ୍ତା ରକ୍ଷୀ ରାହୁଲ ଶର୍ମା ଏବଂ ଧର୍ମେନ୍ଦ୍ର ପାରମରଙ୍କ ନାମ ମଧ୍ୟ ଏହି ପୁରସ୍କାର ତାଲିକାରେ ରହିଛି।

ମହାକାଳ ଥାନାରେ ନିଯୁକ୍ତ ତିନିଜଣ ପୁଲିସ କନେଷ୍ଟବଳ ବିଜୟ ରାଠୋର, ଜିତେନ୍ଦ୍ର କୁମାର ଏବଂ ପର୍ଶୁରାମଙ୍କ ନାମ ମଧ୍ୟ ଉକ୍ତ ତାଲିକାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe