ବିରଳ ମହାଜାଗତିକ ଘଟଣା, ଗୋଟିଏ ଧାଡ଼ିରେ ୬ ଗ୍ରହ

ମହାକାଶରେ ଏକ ବିରଳ ଘଟଣା ଦେଖାଯାଇଛି । ସୌରଜଗତର ୬ଟି ଗ୍ରହକୁ ଏକା ସାଙ୍ଗରେ ଗୋଟିଏ ସରଳ ରେଖାରେ ଦେଖାଯାଇଛନ୍ତି, ଅର୍ଥାତ୍ ଛଅଟି ଗ୍ରହ ଗୋଟିଏ ରେଖାରେ ପରିକ୍ରମା କରୁଛନ୍ତି । 

spapce

ନୂଆଦିଲ୍ଲୀ : ମହାକାଶରେ ଏକ ବିରଳ ଘଟଣା ଦେଖାଯାଇଛି । ସୌରଜଗତର ୬ଟି ଗ୍ରହକୁ ଏକା ସାଙ୍ଗରେ ଗୋଟିଏ ସରଳ ରେଖାରେ ଦେଖାଯାଇଛନ୍ତି, ଅର୍ଥାତ୍ ଛଅଟି ଗ୍ରହ ଗୋଟିଏ ରେଖାରେ ପରିକ୍ରମା କରୁଛନ୍ତି । 

ବିନା ଟେଲିସ୍କୋପରେ ଅର୍ଥାତ୍ ଖାଲି ଆଖିରେ ଆପଣ ଏହି ୪ଟି ଗ୍ରହକୁ ଦେଖିପାରିବେ । ଏହାକୁ ପ୍ଲାନେଟ ପରେଡ ବୋଲି କୁହାଯାଉଛି । ଏହି ପ୍ଲାନେଟ୍ ପ୍ୟାରେଡର ଦୃଶ୍ୟ ଭାରତ ସମେତ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିବ।

ଆଜି ରାତି ପ୍ରାୟ ସାଢ଼େ ୮ଟାରୁ ଭାରତରେ ଗ୍ରହମାନଙ୍କର ଏହି ପରେଡ୍ ଦେଖିବାକୁ ମିଳିଥିଲା। କିଛି ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ପରେଡ୍ ଦେଖିବା ପାଇଁ ସର୍ବୋତ୍ତମ ସମୟ ରାତି ସାଢେ ୮ଟାରୁ ୧୧ଟା ମଧ୍ୟରେ ରହିବ। ଏହାପରେ ଆପଣ ମାର୍ଚ୍ଚ ୮ରେ ପୁଣି ଥରେ ଏହି ପରେଡ୍ ଦେଖିପାରିବେ ।


ପୃଥିବୀ ସମେତ ଅନେକ ଗ୍ରହ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ୱରେ ଏକ ସରଳ ରେଖାରେ ଆସିଲେ ଆକାଶର ଏକ ସରଳ ରେଖାରେ ଦେଖାଯାଆନ୍ତି, ଯାହାକୁ ପ୍ଲାନେଟାରି ପରେଡ କୁହାଯାଏ । ୨୦୨୫ରେ ଦୁଇଥର ଏଭଳି ଘଟଣା ଦୃଶ୍ୟମାନ ହେବ। ଆଜି ପ୍ରଥମ ଥର ପାଇଁ ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ (ୟୁରେନସ୍) ଏକ ସରଳ ରେଖାରେ ଏକାଠି ଦେଖାଦେବେ। ପରେ ମାର୍ଚ୍ଚ ୮ରେ ବି ଏହା ଦେଖାଯିବ । ନାସା ଅନୁଯାୟୀ, ଆପଣ ବିନା ଟେଲିସ୍କୋପରେ ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନିଙ୍କୁ ଦେଖିପାରିବେ। କିନ୍ତୁ ନେପଚୁନ୍ ଏବଂ ୟୁରାନୁସ୍ କୁ ଦେଖିବା ପାଇଁ ଏକ ଟେଲିସ୍କୋପ୍ ର ଆବଶ୍ୟକତା ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe