ମୋଦୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଚଳାଇଲେ ୬ ମହିଳା

Advertisment

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ୬ ଜଣ ମହିଳାଙ୍କୁ ହସ୍ତାନ୍ତର କରି ନାରୀଶକ୍ତି ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ୬ ଜଣ ମହିଳାଙ୍କୁ ହସ୍ତାନ୍ତର କରି ନାରୀଶକ୍ତି ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ffhhfbvg

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ୬ ଜଣ ମହିଳାଙ୍କୁ ହସ୍ତାନ୍ତର କରି ନାରୀଶକ୍ତି ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏହି ମହିଳାମାନେ ହେଲେ ଚେନ୍ନାଇର ବୈଶାଳୀ ରମେଶବାବୁ, ଦିଲ୍ଲୀର ଡ. ଅଞ୍ଜଳି ଅଗ୍ରୱାଲ, ନାଳନ୍ଦାର ଅନୀତା ଦେବୀ, ଭୁବନେଶ୍ୱରର ଏଲିନା ମିଶ୍ର, ରାଜସ୍ଥାନର ଅଜୈତା ଶାହ ଓ ସାଗରର ଶିଳ୍ପୀ ସୋନି। ଆସନ୍ତୁ ଜାଣିବା ଏହି ପ୍ରେରଣାଦାୟୀ ମହିଳାଙ୍କ ବିଷୟରେ:
ଏଲିନା ମିଶ୍ର ଓ ଶିଳ୍ପୀ ସୋନି: ଏଲିନା ମିଶ୍ର ଓ ଶିଳ୍ପୀ ସୋନି ହେଉଛନ୍ତି ଅତ୍ୟାଧୁନିକ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ପରିଚାଳନା କରୁଥିବା ଦୁଇ ବୈଜ୍ଞାନିକ, ଯିଏ କି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଏକାଠି ନିଜ ହାତକୁ ନେଇଛନ୍ତି। ଏଲିନା ମିଶ୍ର ମୁମ୍ବାଇର ଭାବା ପରମାଣୁ ଗବେଷଣା କେନ୍ଦ୍ର (ବାର୍କ)ର ପରମାଣୁ ବୈଜ୍ଞାନିକ ହୋଇଥିବା ବେଳେ ଶିଳ୍ପୀ ସୋନି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମହାକାଶ ବୈଜ୍ଞାନିକ।

ଅଜୈତା ଶାହ: ଫ୍ରଣ୍ଟିୟର ମାର୍କେଟ୍ସର ପ୍ରତିଷ୍ଠାତା ତଥା ସିଇଓ ଅଜୈତା ଶାହ ୩୫,୦୦୦ରୁ ଅଧିକ ଡିଜିଟାଲ ସକ୍ଷମ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରି ଗ୍ରାମୀଣ ଉଦ୍ୟୋଗର ପରିଦୃଶ୍ୟରେ ଉନ୍ନତି ଆଣିଥିଲେ। ସେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ବ୍ୟବସାୟ ମାଲିକ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ବିତରକ ହେବାରେ ସାହାଯ୍ୟ କରିଥିଲେ।

ବୈଶାଳୀ ରମେଶବାବୁ: ଚେସ୍ ଖେଳାଳି ବୈଶାଳୀ ରମେଶବାବୁ ୬ ବର୍ଷ ବୟସରୁ ଏହି ଖେଳ ଖେଳୁଛନ୍ତି ଏବଂ ୨୦୨୩ରେ ଚେସ୍ ଗ୍ରାଣ୍ଡମାଷ୍ଟରର ସମ୍ମାନଜନକ ଟାଇଟଲ ହାସଲ କରିଛନ୍ତି। ସେ ନିଜର  ପ୍ରତିଭା ଓ ଦୃଢ଼ ସଂକଳ୍ପ ବଳରେ ବିଶ୍ୱ ସ୍ତରରେ ଦେଶକୁ ଗର୍ବିତ କରିଛନ୍ତି।

ଅନୀତା ଦେବୀ: ‘ବିହାରର ମସରୁମ୍ ଲେଡି’ ନାମରେ ପରିଚିତା ଅନୀତା ଦେବୀ ୨୦୧୬ରେ ମାଧୋପୁର କୃଷି ଉତ୍ପାଦକ କମ୍ପାନି ପ୍ରତିଷ୍ଠା କରିଥିଲେ। ଛତୁ ଚାଷ ମାଧ୍ୟମରେ ସେ କେବଳ ଉନ୍ନତି କରିନାହାନ୍ତି ବରଂ ଶହ ଶହ ଗ୍ରାମୀଣ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି, ଯାହା ମହିଳାଙ୍କ ଆର୍ଥିକ ସ୍ୱାଧୀନତା ଓ ସଶକ୍ତୀକରଣ ପାଇଁ ପଥ ପ୍ରଶସ୍ତ କରିଛି।

ଡ. ଅଞ୍ଜଳି ଅଗ୍ରୱାଲ: ସାର୍ବଜନୀନ ଆକ୍ସେସିବିଲିଟି ପାଇଁ ସମର୍ଥନ କରୁଥିବା ଏହି ଆନ୍ଦୋଳନର ପ୍ରତୀକ ଡ. ଅଞ୍ଜଳି ଅଗ୍ରୱାଲ ହେଉଛନ୍ତି ସାମର୍ଥ୍ୟମ୍ ସେଣ୍ଟର ଫର୍ ୟୁନିଭର୍ସାଲ ଆକ୍ସେସିବିଲିଟିର ପ୍ରତିଷ୍ଠାତା। ତିନି ଦଶନ୍ଧିରୁ ଅଧିକ ସମୟ ଧରି, ସେ ଭିନ୍ନକ୍ଷମଙ୍କ ଉପଲବ୍ଧତା ସ୍ଥିତିରେ ଉନ୍ନତି ଆଣିବା ପାଇଁ ବିଦ୍ୟାଳୟ ଓ ସାର୍ବଜନୀନ ସ୍ଥାନରେ ଅନ୍ତର୍ଭୁକ୍ତ ଗତିଶୀଳତା ତଥା ପ୍ରତିବନ୍ଧକମୁକ୍ତ ଭିତ୍ତିଭୂମି ସୁନିଶ୍ଚିତ କରିବା ଦିଗରେ ଉତ୍ସର୍ଗୀକୃତ ପ୍ରୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହିଳାମାନଙ୍କ ଅବଦାନକୁ ପ୍ରଶଂସା କରିବା ସହ ବିକଶିତ ଭାରତ ଅଭିଯାନର ଅଗ୍ରଣୀ ହୋଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe