Sixteenth Finance Commission: ରାଷ୍ଟ୍ରପତିଙ୍କୁ ଷୋଡ଼ଶ ଅର୍ଥ ଆୟୋଗ ରିପୋର୍ଟ ପ୍ରଦାନ: ସଂସଦରେ ଉପସ୍ଥାପନ ପରେ ସାର୍ବଜନୀନ ହେବ

ଷୋଡ଼ଶ ଅର୍ଥ ଆୟୋଗ ରିପୋର୍ଟ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି। ଆୟୋଗର ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ ଓ ଅନ୍ୟ ସଦସ୍ୟମାନେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।

sfhsfhhfhf

ନୂଆଦିଲ୍ଲୀ: ଷୋଡ଼ଶ ଅର୍ଥ ଆୟୋଗ ରିପୋର୍ଟ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି। ଆୟୋଗର ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ ଓ ଅନ୍ୟ ସଦସ୍ୟମାନେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେବାପରେ ଏହାର ଗୋଟିଏ ଲେଖାଏଁ କପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରାଯାଇଛି। ସମ୍ବିଧାନର ଧାରା ୨୮୧ ଅନୁଯାୟୀ, ଏହି ରିପୋର୍ଟକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ। ଏହାପରେ ରିପୋର୍ଟ ସାର୍ବଜନୀନ କରାଯିବ। ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ଷୋଡ଼ଶ ଅର୍ଥ ଆୟୋଗର ସୁପାରିସ କାର୍ଯ୍ୟକାରୀ ହେବ। ବର୍ତ୍ତମାନ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନୁଯାୟୀ କେନ୍ଦ୍ରୀୟ ଟିକସର ୪୧ ପ୍ରତିଶତ ରାଶି ରାଜ୍ୟମାନଙ୍କୁ ହସ୍ତାନ୍ତର କରାଯାଉଛି। ସେହି ରାଶିକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଅଧିକାଂଶ ରାଜ୍ୟ ଷୋଡ଼ଶ ଅର୍ଥ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି। ଓଡ଼ିଶା ଗସ୍ତରେ ଆୟୋଗ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ମଧ୍ୟ ଅନୁରୂପ ଦାବି କାରିଥିଲା। ସେସ୍‌ ଓ ସରଚାର୍ଜରେ ମଧ୍ୟ ଭାଗ ଦେବାକୁ ଓଡ଼ିଶା ଦାବି କରିଥିଲା। ଯଦି ଆୟୋଗ ୫୦ ପ୍ରତିଶତ ରାଶି ସୁପାରିସ କରିବେ ତେବେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ବେଶ୍‌ ଦୃଢ଼ ହୋଇପାରିବ। 

ଅର୍ଥ ଆୟୋଗ ହେଉଛି ଏକ ସାମ୍ବିଧାନିକ ସଂସ୍ଥା ଯାହା ପ୍ରତି ପାଞ୍ଚ ବର୍ଷରେ ଥରେ ଗଠନ ହୋଇ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ଏବଂ ରାଜ୍ୟ ଓ ସ୍ଥାନୀୟ ସଂସ୍ଥାମାନଙ୍କ ମଧ୍ୟରେ ଟିକସ ରାଜସ୍ୱ ବଣ୍ଟନ ନେଇ ସୁପାରିସ କରିଥ‌ାଏ। ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ପାନଗାରିଆଙ୍କ ନେତୃତ୍ୱରେ ୨୦୨୩ ଡିସେମ୍ବର ୩୧ରେ ଷୋଡ଼ଶ ଅର୍ଥ ଆୟୋଗ ଗଠନ କରାଯାଇଥିଲା। ଏହାର ପୂର୍ଣ୍ଣକାଳୀନ ସଦସ୍ୟମାନେ ହେଉଛନ୍ତି ପୂର୍ବତନ ବ୍ୟୟ ସଚିବ ଆନି ଜର୍ଜ ମାଥ୍ୟୁ, ଦିଲ୍ଲୀର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍‌ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପଣ୍ଡା। ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଟି ବି ରବିଶଙ୍କର ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରୁପ୍ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟକାନ୍ତି ଘୋଷ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ୨୦୨୩ ଡିସେମ୍ବର ୩୧ରେ କେନ୍ଦ୍ର ସରକାର ଷୋଡ଼ଶ ଅର୍ଥ ଆୟୋଗ ଗଠନ କରିଥିଲେ। ଅକ୍ଟୋବର ୩୧ରେ ଏହାକୁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। କିନ୍ତୁ ଆୟୋଗଙ୍କ କାର୍ଯ୍ୟକାଳକୁ ନିକଟରେ ଏକ ମାସ ବଢ଼ାଇ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆୟୋଗଙ୍କ ସୁପାରିସ ୨୦୨୬ ଏପ୍ରିଲ ୧ରୁ ଲାଗୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe