ବାରଣାସୀରେ ପ୍ରତିଷ୍ଠା ହେବ ସ୍କିଲ୍‌ ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟର: ଧର୍ମେନ୍ଦ୍ର

Advertisment

ଏନ୍‌ଏସ୍‌ଡିସିଆଇ ଇଣ୍ଟରନାସନାଲ-ହିନ୍ଦୁସ୍ତାନ ପୋର୍ଟ ମଧ୍ୟରେ ଏମ୍‌ଓୟୁ

ଏନ୍‌ଏସ୍‌ଡିସିଆଇ ଇଣ୍ଟରନାସନାଲ-ହିନ୍ଦୁସ୍ତାନ ପୋର୍ଟ ମଧ୍ୟରେ ଏମ୍‌ଓୟୁ

ବାରଣାସୀରେ ପ୍ରତିଷ୍ଠା ହେବ ସ୍କିଲ୍‌ ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟର: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର : ଉପସାଗରୀୟ ଦେଶ ତଥା ବିଶ୍ୱ ବଜାର ପାଇଁ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ନିମନ୍ତେ ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟର ପ୍ରତିଷ୍ଠା କରାଯିବ । ଏ ନେଇ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ ତଥା ଏନ୍‌ଏସ୍‌ଡିସିଆଇ ଇଣ୍ଟରନାସନାଲ (ଏନ୍‌ଏସ୍‌ଡିସିଆଇ) ଏବଂ ଡିପି ୱାର୍ଲଡର ଭାରତୀୟ ୟୁନିଟ୍‌, ହିନ୍ଦୁସ୍ତାନ ପୋର୍ଟ ପ୍ରାଇଭେଟ୍ ଲିମିଟେଡ଼୍ ମଧ୍ୟରେ ଏକ ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଯାଇଛି।

ଏହି ଏମ୍‌ଓୟୁ ଦ୍ବାରା ଉତ୍ତରପ୍ରଦେଶର ବାରଣାସୀ ଠାରେ ସ୍କିଲ୍‌ ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟରକୁ ବିକଶିତ କରାଯିବ । ବିଦେଶରେ ରୋଜଗାର ପାଇଁ ଇଚ୍ଛୁକ ଥିବା ଦେଶର ଯୁବବର୍ଗଙ୍କ ଲଜିଷ୍ଟିକ୍‌, ବନ୍ଦର ପରିଚାଳନା ଓ ସମତୁଲ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯିବ । ଏଠାରେ ଅନ୍ତରାଷ୍ଟ୍ରୀୟ ସ୍ତରର ଦକ୍ଷତା ପ୍ରଦାନ କରିବା ସହ ବିଶ୍ୱ ବଜାର ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବା ନେଇ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଉପସାଗରୀୟ ଦେଶ ଓ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ ଭାରତ ଏକ ସହଯୋଗୀ ରାଷ୍ଟ୍ର ହୋଇପାରିଛି । ସରକାର ଦେଶର ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ଭବିଷ୍ୟତ କାର୍ଯ୍ୟ ପାଇଁ ମଧ୍ୟ ପ୍ରସ୍ତୁତ କରୁଛି । ସରକାର ଦକ୍ଷ ଓ ନିର୍ଭରଯୋଗ୍ୟ ମାନବସମ୍ବଳ ପ୍ରସ୍ତୁତ କରୁଛନ୍ତି। ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ ଦ୍ୱାରା ଦେଶ ଓ ବିଶ୍ୱ ଅର୍ଥନୀତି ଗତିଶୀଳ ହେବ । ଭାରତ ଏବଂ ୟୁଏଇ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି ଏବଂ ଆଜିର ଏହି ଏମ୍‌ଓୟୁ ଅନ୍ୟ ଏକ ସଫଳ ଭାଗିଦାରୀ ହେବ, ଯାହା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ୍‌ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏମ୍‌ଓୟୁ ସ୍ୱାକ୍ଷର ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ୟୁଏଇର ଉଦ୍ୟମିତା, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଡ଼. ଅହିମ୍ମଦ ବେଲହଲ ଅଲଫାଲାସୀ ଓ ୟୁଏଇର ପ୍ରତିନିଧି ମଣ୍ଡଳୀଙ୍କ ସହ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଏନ୍‌ଏସ୍‌ଡିସି ଇଣ୍ଟରନାସନାଲ ନିର୍ଦ୍ଦେଶକ ଭେଦମଣି ତ୍ରିପାଠୀ ଓ ଡିପି ୱାର୍ଲଡର ସଭାପତି ତଥା ଏଚ୍‌ପିପିଏଲ୍‌ର ନିର୍ଦ୍ଦେଶକ ମହମ୍ମଦ ଅଲ୍ ମୁଲେମ ପରସ୍ପରକୁ ଏମ୍‌ଓୟୁ ହସ୍ତାନ୍ତର କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ୟୁଏଇ ମନ୍ତ୍ରୀ ଡ. ଅହିମ୍ମଦ ବେଲହଲ ଅଲଫାଲାସୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe