ପୁଣି ହାତ ମିଳାଇଲେନି ସୂର୍ଯ୍ୟକୁମାର

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଆଜି ଖେଳାଯାଉଛି ଏସିଆ କପର ଚର୍ଚ୍ଚିତ ଭାରତ-ପାକିସ୍ତାନ ମ୍ୟାଚ । ଏହି ମ୍ୟାଚରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।  ଗତ ଥର ପରି ଏଥର ବି ସୂର୍ଯ୍ୟକୁମାର ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଳାଇନଥିଲେ ।

surya

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଆଜି ଖେଳାଯାଉଛି ଏସିଆ କପର ଚର୍ଚ୍ଚିତ ଭାରତ-ପାକିସ୍ତାନ ମ୍ୟାଚ । ଏହି ମ୍ୟାଚରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । 

ତେବେ ଟସ ସମୟରେ ସମସ୍ତଙ୍କ ନଜର ଥିଲା ଦୁଇ ଦଳର ଅଧିନାୟକଙ୍କ ଉପରେ । କଣ ସୂର୍ଯ୍ୟକୁମାର ପୁଣି ଥରେ ପାକିସ୍ତାନ ଅଧିନାୟକଙ୍କୁ ଇଗ୍ନୋର କରିବେ ? ଯେପରି ଆଶଙ୍କା କରୁଥିଲେ ଦର୍ଶକ, ଠିକ ସେହିପରି ହୋଇଥିଲା । ସୂର୍ଯ୍ୟକୁମାର ଟସ ଜିତିବା ପରେ ପାକିସ୍ତାନୀ ଅଧିନାୟକ ସଲମାନ ଆଗାଙ୍କ ସହ ହାତମିଳାଇବା ତ ଦୂରର କଥା, ଚାହିଁ ମଧ୍ୟ ନଥିଲେ । 

ଗତ ୧୪ ତାରିଖରେ ହୋଇଥିବା ପ୍ରଥମ ଭାରତ-ପାକିସ୍ତାନ ମ୍ୟାଚରେ ସୂର୍ଯ୍ୟକୁମାର ହାତ ମିଳାଇନଥିଲେ । ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ପାକିସ୍ତାନ ଏଥିପାଇଁ ଅପମାନିତ ଅନୁଭବ କରିଥିଲା ଓ ଆଇସିସିରେ ଅଭିଯୋଗ କରିଥିଲା । ଏହା ସହିତ ମ୍ୟାଚ ରେଫରିଙ୍କୁ ହଟାଇବାକୁ ମଧ୍ୟ ଆବେଦନ କରିଥିଲା । କିନ୍ତୁ ଆଇସିସି ଏହା ଶୁଣିନଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe