୭୦ ବର୍ଷୀୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍କାଏଡାଇଭିଂ ଦେଖିଲେଣି କି? ଦେଖନ୍ତୁ ଭିଡିଓ

Advertisment
୭୦ ବର୍ଷୀୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍କାଏଡାଇଭିଂ ଦେଖିଲେଣି କି? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓଙ୍କ ଏକ ଭିଡିଓ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଭିଡିଓ ଦେଖି ଏବେ ସୋସିଆଲ ମିଡ଼ିଆ ୟୁଜର୍ସ ପ୍ରଶଂସା କରୁଛନ୍ତି | ବାସ୍ତବରେ ବୟସ କେବଳ ଏକ ସଂଖ୍ୟା ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମନ୍ତ୍ରୀ | ଭିଡିଓରେ ଦେଖିବାକୁ ମିଳିଛି ଯେ ୭୦ ବର୍ଷୀୟ କଂଗ୍ରେସ ନେତା ଅଷ୍ଟ୍ରେଲିଆରେ ସ୍କାଏଡାଇଭିଂ କରୁଛନ୍ତି | ସରଗୁଜାର ମହାରାଜା କୁହାଯାଉଥିବା ଦେଓ ଜଣେ ଅଭିଜ୍ଞ ପ୍ରଶିକ୍ଷକଙ୍କ ସହ ସ୍କାଏଡାଇଭିଂ କରୁଥିବା ସମୟରେ ହସୁଥିବାର ନଜର ଆସିଛନ୍ତି। ମନ୍ତ୍ରୀଙ୍କ ଦ୍ୱାରା ସେୟାର କରାଯାଇଥିବା କ୍ଲିପ୍‌ରେ ସେ ଏକ ସ୍ୱତନ୍ତ୍ର ସୁଟ୍ ପିନ୍ଧିଥିବାର ନଜର ଆସିଛନ୍ତି। କ୍ଲିପ୍‌ରେ ସ୍କାଏଡାଇଭିଂ ପୂର୍ବରୁ ଟି.ଏସ୍ ସିଂ ଦେଓ ତାଙ୍କ ପ୍ରଶିକ୍ଷକଙ୍କ ପାଖରେ ଛିଡା ହୋଇଛନ୍ତି ଏବଂ ପଛରେ ଏକ ପାରାଚ୍ୟୁଟ୍ ଦେଖାଯାଉଛି |


ସ୍କାଏଡାଇଭିଂ ପରେ ନିରାପଦରେ ଅବତରଣ କରିବା ପରେ ଦେଓ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ କହିଛନ୍ତି ଯେ ସେ ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ଥିଲେ । ଏହି ଭିଡିଓ ସେୟାର କରି ଟି.ଏସ୍ ସିଂ ଦେଓ ଲେଖିଛନ୍ତି, ଆକାଶରେ ପହଞ୍ଚିବାର କୌଣସି ସୀମା ନଥାଏ । ଅଷ୍ଟ୍ରେଲିଆରେ ସ୍କାଏଡାଇଭିଂ କରିବା ମୋ ପାଇଁ ଏକ ଅବିଶ୍ୱସନୀୟ ସୁଯୋଗ ଥିଲା ଏବଂ ଏହା ପ୍ରକୃତରେ ଏକ ଦୁଃସାହସିକ କାର୍ଯ୍ୟ ଥିଲା '| ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏକ ଟୁଇଟ୍‌ରେ କହିଛନ୍ତି,“ ୱାହା ମହାରାଜ ସାହେବ! ଆପଣ କମାଲ କରିଦେଲେ' |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe