ମୋଦୀଙ୍କ ‘ଅତିକ୍ରମଣ ହୋଇନାହିଁ’ ମନ୍ତବ୍ୟକୁ ସ୍ପଷ୍ଟ କଲେ ଏସ୍‌.ଏଲ୍‌ ନରସିଂହା

Advertisment
ମୋଦୀଙ୍କ ‘ଅତିକ୍ରମଣ ହୋଇନାହିଁ’ ମନ୍ତବ୍ୟକୁ ସ୍ପଷ୍ଟ କଲେ ଏସ୍‌.ଏଲ୍‌ ନରସିଂହା

IIM Indore

ନୂଆଦିଲ୍ଲୀ: ସୀମାରେ ଚୀନ୍ ସେନା ସହ ଭାରତୀୟ ଯବାନଙ୍କ ରକ୍ତାକ୍ତ ସଂଘର୍ଷ ପରେ ସୃଷ୍ଟ ଉତ୍ତେଜନା ପରିସ୍ଥିତିର ଅନୁଶୀଳନ ପାଇଁ ଗତ ୧୯ ତାରିଖରେ ଆହୂତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ସେନା ବାବଦରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଆଜି ଜାତୀୟ ନିରାପତ୍ତା ପରାମର୍ଶଦାତା ପରିଷଦ(ଏନ୍‌ଏସ୍‌ଏବି) ସଦସ୍ୟ ଲେଫ୍ଟନାଣ୍ଟ୍ ଜେନେରାଲ ଏସ୍‌ ଏଲ୍‌ ନରସିଂହା ସ୍ପଷ୍ଟ କରିଛନ୍ତି। ସୀମାରେ ସହିଦ ହୋଇଥିବା ଯବାନଙ୍କ ବଳିଦାନକୁ ଦର୍ଶାଇବାକୁ ଯାଇ ମୋଦୀ ଏପରି ଟିପ୍ପଣୀ କରିଥିଲେ ବୋଲି ନରସିଂହା କହିଛନ୍ଥି।

ସୂଚନା ଥାଉ କି, ଜୁନ୍ ୧୫ ତାରିଖ ରାତିରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ପରିସ୍ଥିତି ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏକ ସର୍ବଦଳୀୟ ବୈଠକ ଡକାଇଥିଲେ। ଉକ୍ତ ବୈଠକରେ ମୋଦୀ କହିଥିଲେ ଯେ ଆମ ସୀମାକୁ କେହି ଅତିକ୍ରମଣ କରି ଆସିନାହାନ୍ତି କି କେହି ଅତିକ୍ରମଣ କରୁନାହାନ୍ତି। ସେହିପରି ଆମର କୌଣସି ଘାଟିକୁ ମଧ୍ୟ କେହି ଦଖଲ କରିନାହାନ୍ତି ବୋଲି ସେ କହିଥିଲେ। ତେବେ ତାଙ୍କର ଏପରି ମନ୍ତବ୍ୟକୁ କେନ୍ଦ୍ର କରି ରାଜନୀତି ମହଲରେ ଝଡ଼ ଉଠିଥିଲା। ଏହାଦ୍ବାରା ଚୀନ୍ ଅତିକ୍ରମଣକୁ ମୋଦୀ ପରୋକ୍ଷରେ ସ୍ବୀକାର କରିଛନ୍ତି ବୋଲି କଂଗ୍ରେସ ସମାଲୋଚନା କରିଥିଲା। ତେବେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ନରସିଂହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସେହି ସହିଦ ଯବାନଙ୍କ ଉଦ୍ଦେଶ୍ୟରେ 'ମାରୁ ମାରୁ ମରିଗଲେ' ବୋଲି କହିବାକୁ ଚାହିଥିଲେ। ଅର୍ଥାତ୍ ସେହି ଅଘଟଣ ଯାଏ ଗଲଵାନ୍ ଉପତ୍ୟକାକୁ ଚୀନା ସୈନ୍ୟ ଅତିକ୍ରମଣ କରିନଥିଲେ ବୋଲି ସେହି ସହିଦମାନେ ଦେଶବାସୀଙ୍କୁ ନିଶ୍ଚିତ କରିବାକୁ ଚାହିଥିଲେ। ମୋଦୀ ସେହି ବଳିଦାନକୁ କେବଳ ଦର୍ଶାଇବା ଲାଗି ଏପରି କହିଥିଲେ ବୋଲି ନରସିଂହା ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe