ବିହାରରେ ସ୍ଲିପର ସେଲ!

Advertisment
ବିହାରରେ ସ୍ଲିପର ସେଲ!

ପାଟନା : ବିହାର ଏବେ ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା କୁହାଯାଉଥିବା ବେଳେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଆତଙ୍କବାଦୀଙ୍କ ସ୍ଲିପର ସେଲ ଥିବା ସୂଚନା ମିଳିଛି। ଏନେଇ ଖୋଦ ବିହାର ପୁଲିସ ଅଧିକାରୀ ସ୍ୱୀକାର କରିବା ପରେ ପ୍ରଶାସନକୁ ଚିନ୍ତା ମାଡିବସିଛି। ପୁଲିସ ମୁଖ୍ୟକାର୍ଯ୍ୟାଳୟ ଏଡିଜି ଏନେଇ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆତଙ୍କବାଦୀମାନେ ସ୍ଲିପର ସେଲ ନିର୍ମାଣ କରି ସେଠାରେ ଲୁଚି ରହୁଛନ୍ତି। ଚୁପଚାପ ଥିଲେ ମଧ୍ୟ ଭିତରେ ପ୍ରସ୍ତୁତ ଥିବା ଏହି ଆତଙ୍କବାଦୀମାନେ ଉପରୁ ନିର୍ଦ୍ଦେଶ ମିଳିଲେ ଦେଶର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରନ୍ତି। ସାଧାରଣ ମଣିଷ ଭଳି ଜୀବନ ଯାପନ କରୁଥିବା ଏହି ଆତଙ୍କବାଦୀମାନେ ସମୟ ଆସିଲେ ବିସ୍ଫୋରଣ ଏବଂ ଆକ୍ରମଣ କରନ୍ତି। ତେବେ ପୂର୍ବରୁ ଏହି ସ୍ଲିପର ସେଲ ମାଧ୍ୟମରେ ଅନେକ ଗୁଡିଏ ଆକ୍ରମଣ ପାଇଁ ଯୋଜନା ହୋଇଥିଲା। ଯାହାକୁ ଭାରତୀୟ ଗୁଇନ୍ଦା ସଂସ୍ଥାର ସହାୟତାରେ ପୁଲିସ ରୋକିନେଇଛି ବୋଲି ବିହାର ପୁଲିସ ଏଡିଜି ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ କିଛିଦିନ ତଳେ ହୋଇଥିବା ବୋଧଗୟା ବିସ୍ଫୋରଣ ଏବଂ ଦିଲ୍ଲୀରୁ ଧରାପଡିଥିବା ଆତଙ୍କବାଦୀ ସହ ବିହାରର ପରୋକ୍ଷ ସମ୍ପର୍କ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe