The Financial Express
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନରେ ସୁଧାର ଆସିଛି। ବାୟୁମାନ ଟିକେ ଭଲ ହେବାପରେ ରାଜ୍ୟ ସରକାର ନଭେମ୍ବର ୯ରୁ ପୁଣିଥରେ ସ୍କୁଲ୍ ଖୋଲିବା ପାଇଁ ଘୋଷଣା କରିଛନ୍ତି। ଏଥିସହ ଅନ୍ୟ କିଛି କଟକଣା ମଧ୍ୟ କୋହଳ କରିଛନ୍ତି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ନିର୍ମାଣ କାର୍ଯ୍ୟ ପୂର୍ବପରି ବନ୍ଦ ରହିବ ଏବଂ କୌଣସି ପ୍ରକାର ଭଙ୍ଗାରୁଜା କାର୍ଯ୍ୟ ହୋଇପାରିବନି। କିନ୍ତୁ ସ୍କୁଲ୍ ଖୋଲିଥିଲେ ସୁଦ୍ଧା ସ୍କୁଲ୍ ବାହାରେ ପିଲାଙ୍କ ଖେଳିବା ଉପରେ କଟକଣା ଜାରି ରହିଛି।
ପ୍ରଦୂଷଣ ବଢ଼ିବା ହେତୁ ଦିଲ୍ଲୀ ସରକାରୀ ଅଫିସ ୫୦ ପ୍ରତିଶତ କ୍ଷମତାରେ ଚାଲୁଥିଲା। କିନ୍ତୁ ଏବେ ଏହି କଟକଣା ହଟିଯାଇଛି। ସମସ୍ତେ ଅଫିସରେ କାମ କରିବେ। ପରିବେଶ ମନ୍ତ୍ରୀ କହିଛନ୍ତି, ‘ପର୍ଯ୍ୟାବରଣ ବସ୍ ସେବା’ ଜାରି ରହିବ। ଉଲ୍ଳେଖଯୋଗ୍ୟ ଯେ ଦିଲ୍ଲୀରେ ବାୟୁର ମାନରେ ସୋମବାର ସାମାନ୍ୟ ସୁଦ୍ଧାର ଆସିଛି। କିନ୍ତୁ ଏହା ଏବେ ମଧ୍ୟ ଅତି ଖରାପ୍ ଶ୍ରେଣୀରେ ରହିଛି। ସଫର ତଥ୍ୟ ଅନୁଯାୟୀ ଦିଲ୍ଲୀରେ ହାରାହାରି ଏକ୍ୟୁଆଇ ୩୨୬। ଅନ୍ୟପକ୍ଷେ ନଏଡ଼ାରେ ଏକ୍ୟୁଆଇ ୩୩୨, ଗୁରୁଗ୍ରାମରେ ୩୨୫, ଗାଜିଆବାଦରେ ୩୩୧ ରହିଛି।
Follow Us