କରୋନା: ଦୈନିକ ସଂକ୍ରମଣ ଓ ସକ୍ରିୟ ମାମଲାରେ ସାମାନ୍ୟ ହ୍ରାସ

Advertisment
ବଢୁଛି କରୋନା ସଂକ୍ରମଣ; କାଲି ୧୨ ଥିବା ବେଳେ ଆଜି ରାଜ୍ୟରେ ୧୭ ପଜିଟିଭ୍‌ ଚିହ୍ନଟ

The Financial Express

ନୂଆଦିଲ୍ଲୀ : ଦେଶରେ ଆଜି ୩,୨୦୭ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ସଂକ୍ରମଣ ମାମଲା ସାମାନ୍ୟ ହ୍ରାସ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୧,୦୫,୪୦୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୨୯ ଜଣଙ୍କ କ‌ରୋନାରେ ମୃତ୍ୟୁ ହେବା ସହ ମୋଟ୍‌ ମୃତ୍ୟୁସଂଖ୍ୟା ୫,୨୪,୦୯୩ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୫ ପ୍ରତିଶତ ରହିଛି। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ ଅଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୦.୯୫ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୦.୮୨ ପ୍ରତିଶତ ରହିଛି। ଦେଶରେ ମୋଟ୍‌ ୧୯୦.୩୪ କୋଟି ଡୋଜ୍‌ ଟିକାକରଣ ସରିଛି। ଦେଶରେ ସକ୍ରିୟ ମାମଲା କମି ଏବେ ୨୦,୪୦୩ରେ ରହିଛି। ଦେଶରେ ମୋଟ କରୋନା ମୃତ୍ୟୁରୁ ମହାରାଷ୍ଟ୍ରରେ ସର୍ବାଧିକ ୧,୪୭,୮୪୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେରଳରେ ୬୯,୨୭୧, କର୍ଣ୍ଣାଟକରେ ୪୦,୧୦୪, ତାମିଲନାଡ଼ୁରେ ୩୮,୦୨୫, ଦିଲ୍ଲୀରେ ୨୬,୧୭୯, ଉତ୍ତରପ୍ରଦେଶରେ ୨୩,୫୧୦ ଏବଂ ପଶ୍ଚିମବଙ୍ଗରେ ୨୧,୨୦୩ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe