ତିରୁଅନନ୍ତପୁରମ୍ : ଦକ୍ଷିଣ ରାଜ୍ୟ କେରଳରେ ସାଧାରଣତଃ ଭାରତୀୟ ଜନତା ପାର୍ଟି (ବିଜେପି)ର କୌଣସି ପ୍ରଭାବ ଦେଖିବାକୁ ମିଳେନାହିଁ । କିନ୍ତୁ ଧୀରେ ଧୀରେ ରାଜ୍ୟର କେତେକ ଅଞ୍ଚଳରେ ବିଜେପି ନିଜର ସ୍ଥିତି ଜାହିର କରିବାରେ ଲାଗିଛି ।
ତିରୁଅନନ୍ତପୁରମ୍ ନଗର ନିଗମରେ ବିଜେପି ଏକ ଐତିହାସିକ ବିଜୟ ହାସଲ କରିଛି। ଚାରି ଦଶନ୍ଧି ଧରି ବାମ ଗଣତାନ୍ତ୍ରିକ ମୋର୍ଚ୍ଚା (ଏଲଡିଏଫ)ର ଗଡ଼ ଥିବା ତିରୁଅନନ୍ତପୁରମରେ ବିଜେପି ବିଜୟ ହାସଲ କରିଛି। କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଏହି ପ୍ରଦର୍ଶନ ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଐତିହାସିକ ବିଜୟ ପାଇଁ ବିଜେପିକୁ ଅଭିନନ୍ଦନ ଜଣାଇଛନ୍ତି।
ଆହୁରି ପଢନ୍ତୁ :Sivraj on ISI Target: ପାକିସ୍ତାନର ଗୁଇନ୍ଦା ଏଜେନ୍ସିର ଟାର୍ଗେଟରେ ଅଛନ୍ତି କି ଶିବରାଜ!
କେରଳର ୫ଟି ନଗର ନିଗମ ମଧ୍ୟରୁ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ୩ଟିରେ ବିଜୟ ହାସଲ କରିଥିବାବେଳେ ଏଲଡିଏଫ ଓ ଏନଡିଏ ଗୋଟିଏ ଲେଖାଏଁ ନିଗମ ହାତେଇଛନ୍ତି। ପୌର ପରିଷଦ ମଧ୍ୟରୁ ୟୁଡିଏଫ ୫୪ଟି, ଏଲଡିଏଫ ୨୮ଟିରେ, ଏବଂ ଏନଡିଏ ୧ଟିରେ ବିଜୟ ହାସଲ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ କୃତଜ୍ଞତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଡିସେମ୍ବର ୧୩, ୨୦୨୫) ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ନିର୍ବାଚନରେ ବିଜୟ ପାଇଁ ତିରୁଅନନ୍ତପୁରମର ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, "ସ୍ଥାନୀୟ ସଂସ୍ଥା ନିର୍ବାଚନରେ ବିଜେପି ଏବଂ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା କେରଳର ସମସ୍ତ ଜନସାଧାରଣଙ୍କ ପ୍ରତି ମୁଁ କୃତଜ୍ଞତା ପ୍ରକାଶ କରୁଛି। କେରଳ ଏବେ ୟୁଡିଏଫ ଏବଂ ଏଲଡିଏଫ ଉପରୁ ମୁହଁ ଫେରାଇ ନେଉଛନ୍ତି। ରାଜ୍ୟର ଲୋକମାନେ ଏବେ ଏନଡିଏକୁ ଏକମାତ୍ର ବିକଳ୍ପ ଭାବରେ ଦେଖୁଛନ୍ତି ଯାହା ସୁଶାସନ ପ୍ରଦାନ କରିପାରିବ ଏବଂ ସମସ୍ତଙ୍କ ପାଇଁ ସୁଯୋଗରେ ପରିପୂର୍ଣ୍ଣ ଏକ ବିକଶିତ କେରଳ ଗଠନ କରିପାରିବ।"
ଆହୁରି ପଢନ୍ତୁ : Messi India Tour 2025 : ମେସିଙ୍କ ସହ ସେଲ୍ଫିର ମୂଲ୍ୟ ୧୦ ଲକ୍ଷ+ଜିଏସଟି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/13/bjp-2025-12-13-17-48-45.png)