କୋଲକାତା : ଆର୍ଜେଣ୍ଟିନାର ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ଏବେ ଭାରତ ଗସ୍ତରେ (GOAT India Tour 2025) ଅଛନ୍ତି । ତାଙ୍କର ଭାରତ ଗସ୍ତ କୋଲକାତାରୁ ଆରମ୍ଭ ହୋଇଛି । ତାଙ୍କୁ ଦେଖିବାକୁ କୋଲକାତାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଏପରିକି ତାଙ୍କ ସହ ଫଟୋ ଉଠାଇବାକୁ ପ୍ରବଳ ପ୍ରତିଯୋଗିତା ଦେଖିବାକୁ ମିଳୁଛି ।

Advertisment

କୋଲକାତାର ପ୍ରସିଦ୍ଧ ସଲ୍ଟଲେକ୍ ଷ୍ଟାଡିୟମଠାରେ ଆୟୋଜିତ ସମାରୋହ ଲାଗି ପ୍ରବେଶ ଟିକେଟ୍ ମୂଲ୍ୟ ୧୦ ହଜାର ରଖାଯାଇଛି । ଏହା ସତ୍ତ୍ବେ ଷ୍ଟାଡିୟମ ସଂପୂର୍ଣ୍ଣ ପୂରଣ ହୋଇଯାଇଥିଲା । ତେବେ ଲୋକମାନେ ଅଭିଯୋଗ କରିଛନ୍ତି ଯେ ଏତେ ଟଙ୍କାର ଟିକେଟ କିଣି ମଧ୍ୟ ମେସିଙ୍କୁ ଠିକ ଭାବରେ ଦେଖିପାରିଲେ ନାହିଁ।

ଆହୁରି ପଢନ୍ତୁ : Terrorist Threatens India: ସୀମା ଆରପାରିରୁ ହାଫିଜ୍ ସହଯୋଗୀର ଭାରତକୁ ପରମାଣୁ ବୋମା ଧମକ: ଭିଡିଓ ଭାଇରାଲ୍

ସେପଟେ ମେସିଙ୍କ ସହ ସେଲ୍ଫି ଓ ଫଟୋ ଉଠାଇବାକୁ ଅସମ୍ଭବ ପ୍ରକାରେ ପ୍ରତିଯୋଗିତା ଦେଖିବାକୁ ମିଳିଛି । ଆୟୋଜକମାନଙ୍କ ସୂତ୍ରରୁ ଜଣାପଡ଼ଛି ଯେ ମେସିଙ୍କ ସହ ଫଟୋ ଉଠାଇବା ଖର୍ଚ୍ଚ ୯ ଲକ୍ଷ ୯୫ ହଜାର ଟଙ୍କା ଓ ଏଥିରେ ଜିଏସଟି ଅଲଗାଭାବେ ଲାଗୁ ହେବ । କିନ୍ତୁ କେବଳ ୧୦ ଲକ୍ଷ ଟଙ୍କା ଦେଇଦେଲେ ଯେ ଏହି ସୁଯୋଗ ମିଳିବ ତାହା ନୁହେଁ, କାରଣ କେବଳ ୧୦୦ ଜଣ ହିଁ ମେସିଙ୍କ ସହ ଫଟୋ ଉଠାଇପାରିବେ । ଏଣୁ ଆଶୟୀଙ୍କ ସଂଖ୍ୟା ୧୦୦ ଜଣରୁ ଅଧିକ ହେଲେ ଯେତେ ଟଙ୍କା ଦେଲେ ବି ଏହି ସୁଯୋଗ ମିଳିବ ନାହିଁ । 

ଆହୁରି ପଢନ୍ତୁ : Dog Bite Case In Mumbai: ଗୋଟିଏ ବର୍ଷରେ ମୁମ୍ବାଇରେ ୧ ଲକ୍ଷ ୨୮ ହଜାର ଲୋକଙ୍କୁ କାମୁଡ଼ିଛି କୁକୁର: ଏକନାଥ ସିନ୍ଦେ

ମେସିଙ୍କ ସହ ଫଟୋ ଉଠା ଖର୍ଚ୍ଚ ଦେଖି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ମିମ୍ ଆସିଯାଇଛି । ଜଣେ ୟୁଜର ଲେଖିଛନ୍ତି ଯେ କିଡନି ବିକ୍ରି କଲା ପରେ ହିଁ ଫଟୋ ଉଠାଇହେବ । ସେହିପରି ଆଉ ଜଣେ ଲେଖିଛନ୍ତି ଯେ ଏତିକି ଟଙ୍କାରେ ଆର୍ଜେଣ୍ଟିନା ଯାଇ ମେସିଙ୍କ ସହ ଫଟୋ ଉଠାଇ ଫେରିହେବ । ଆଉ ଜଣେ ଲେଖିଛନ୍ତି ଫଟୋସପରେ ମେସିଙ୍କ ସହ ଫଟୋ ଯୋଡ଼ି ୧୦ ଲକ୍ଷ ଟଙ୍କା ସଂଚୟ କରିହେବ ।