ବସ୍ତି ବାସିନ୍ଦା ଏକତା ମଞ୍ଚର ଦିଲ୍ଲୀ ଜନ୍ତରମନ୍ତରରେ ଧାରଣା

ବସ୍ତି ବାସିନ୍ଦା ଏକତା ମଞ୍ଚର ଦିଲ୍ଲୀ ଜନ୍ତରମନ୍ତରରେ ଧାରଣା

Clipart Library

ନୂଆଦିଲ୍ଲୀ : ଫନି ବାତ୍ୟା ସହାୟତା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରରେ ବସ୍ତି ବାସିନ୍ଦା ଏକତା ମଞ୍ଚ ତରଫରୁ ଧାରଣା ପ୍ରଦର୍ଶନ କରାଯାଇଥିଲା। ଏଥିରେ କଟକ, ଭୁବନେଶ୍ବର ଓ ପୁରୀରେ ଅନେକ ବାତ୍ୟା ପ୍ରପିଡ଼ିତ ବସ୍ତି ବାସିନ୍ଦା ଲୋକମାନେ ଯୋଗ ଦେଇଥିଲେ। ସେମାନଙ୍କୁ ତୁରନ୍ତ ପକ୍କା ଘର ସହିତ ଆର୍ଥିକ ସହାୟତା ଓ ରିଲିଫ୍ ଯୋଗାଇ ଦେବା ପାଇଁ ଦାବି କରାଯାଇଥିଲା। ଅନେକ ରାଜ୍ୟ ସରକାର ମାନଙ୍କ ଦ୍ବାରା ବସ୍ତି ବାସିନ୍ଦା ଲୋକମାନଙ୍କୁ ବନ୍ୟା ଓ ବାତ୍ୟା ସହାୟତା ଅନ୍ତର୍ଗତ ପକ୍କା ଘର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଓଡ଼ିଶାରେ ଏଭଳି ବ୍ୟବସ୍ଥା କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ବସ୍ତି ବାସିନ୍ଦା ଏକତା ମଞ୍ଚ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଥିବା ବସ୍ତି ବାସିନ୍ଦା ଏକତା ମଞ୍ଚର ସଭାପତି ଶେଖ୍ ଅବଦୁଲ୍ଲା ସୂଚନା ଦେଇଥିଲେ। ଆଜିର ଧାରଣା ପ୍ରଦର୍ଶନ କାର୍ଯ୍ୟକ୍ରମରେ ପ୍ରମୋଦ ସ୍ବାଇଁ, ବାସନ୍ତୀ ଜୀ, ସନ୍ତୋଷ ବେହେରା, ମମତା ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe