Image Courtesy of Zee News
ନୂଆଦିଲ୍ଲୀ: ଗୁରୁବାର ଦିନ ଏକ କ୍ଷୁଦ୍ର ଗ୍ରହାଣୁ ପୃଥିବୀ ପାଖ ଦେଇ ନିରାପଦରେ ଅତି ଦ୍ରୁତ ବେଗରେ ଅତିକ୍ରମ କରିବ ବୋଲି ଆମେରିକୀୟ ମହାକାଶ ଏଜେନ୍ସି ନାସା ସୂତ୍ରରୁ ପ୍ରକାଶ। କମ୍ୟୁନିକେସନ୍ ସାଟେଲାଇଟ୍ର କକ୍ଷପଥ ଉଚ୍ଚତାର ଠିକ୍ ଉପରକୁ ପ୍ରାୟ ୪୨ ୦୦୦ କିଲୋମିଟର୍ ଉଚ୍ଚରେ ଏହା ଅତିକ୍ରମ କରିବାର ସମ୍ଭାବନା ଅଛି।
‘୨୦୧୨ ଟିସିଫୋର୍’ ବୋଲି ନାମିତ କରାଯାଇଥିବା ଗ୍ରହାଣୁଟି ବିଶ୍ୱର ବିଭିନ୍ନ ଅଞ୍ଚଳରେ ଥିବା ଗ୍ରହାଣୁ ଠାବକାରୀଙ୍କୁ ଗ୍ରହାଣୁ ସତର୍କତା ନେଟ୍ଓ୍ଵାର୍କ ପରିଚାଳନା କରିବାରେ ସେମାନଙ୍କ ପାରଦର୍ଶିତା ପରୀକ୍ଷା କରାଇବାର ସୁଯୋଗ ଦେବ।
ସେପ୍ଟେମ୍ବର ପହିଲା ଦିନ ମଧ୍ୟ ବିଶାଳ ଗ୍ରହାଣୁ ଫ୍ଲୋରେନ୍ସ ପୃଥିବୀର ନିକଟତର ହୋଇ ଥିଲା। ଏହା ପୃଥିବୀଠାରୁ ମାତ୍ର ୭ ନିୟୁତ କି. ମି. ଦୂର ଦେଇ ଅତିକ୍ରମ କରିଥିଲା।
ଅତିକ୍ରମ ପଥେ ଥିବା ଗ୍ରହାଣୁର ଆକାର ୧୫ରୁ ୩୦ ମିଟର୍ ବୋଲି ଆକଳନ କରାଯାଇଛି। କକ୍ଷପଥ ବିଶେଷଜ୍ଞଙ୍କ ମତରେ, ଏହା ପୃଥିବୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
Follow Us