ସାନି ଲଘୁଚାପ: ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ପ୍ରବଳ ବର୍ଷିବ

Advertisment
ସାନି ଲଘୁଚାପ: ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ପ୍ରବଳ ବର୍ଷିବ

OdishaTV

ନୂଆଦିଲ୍ଲୀ: ଉତ୍ତର ଛତିଶଗଡ଼ ଅଞ୍ଚଳରେ ଲଘୁଚାପ ଘନୀଭୂତ ହେବା ଯୋଗୁ ଚଳିତ ସପ୍ତାହରେ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶ, ଗୁଜରାଟ ଓ କଚ୍ଛର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ପ୍ରକାଶ କରିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଅଗଷ୍ଟ ୧୯ ସୁଦ୍ଧା ଆଉ ଏକ ଲଘୁଚାପ ମଣ୍ଡଳ ସୃଷ୍ଟି ହେବା ଆଶା କରାଯାଉଛି। ଫଳରେ ଗାଙ୍ଗେୟ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ ପ୍ରଭୃତିର ବ୍ୟାପକ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ। ଏହାପରେ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି କ୍ରମଶଃ ଦୁର୍ବଳ ହୋଇପଡ଼ିବ। ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏମ୍ ମହାପାତ୍ରଙ୍କ କହିବା ଅନୁସାରେ ମେଘ କେନ୍ଦ୍ରୀୟ ଭାରତ ଓ ପଶ୍ଚିମ ଉପକୂଳରେ ପ୍ରବଳ ବର୍ଷିବ ଏବଂ ତା’ପରେ ପୁଣି ଓଡ଼ିଶା ଆଡ଼କୁ ଗତି କରିବ। ସାନି ଲଘୁଚାପ ହେତୁ ଓଡ଼ିଶା, ଝାଡ଼ଖଣ୍ଡ, ଗଙ୍ଗେୟ ପଶ୍ଚିମବଙ୍ଗ ଇତ୍ୟାଦିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଦୁଇ ଦୁଇଥର ଲଘୁଚାପ ହେବା ଯୋଗୁ ଓଡ଼ିଶାରେ ମାତ୍ରାଧିକ ବର୍ଷା ସହ ବନ୍ୟାର ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe