ମହାନଦୀ ପାର୍ଶ୍ୱରେ ବିକଶିତ ହେବ ଛୋଟ ଛୋଟ ଗାଁ

Advertisment
ମହାନଦୀ ପାର୍ଶ୍ୱରେ ବିକଶିତ ହେବ ଛୋଟ ଛୋଟ ଗାଁ

Flickr

ନୂଆଦିଲ୍ଲୀ : ମହାନଦୀର ପାର୍ଶ୍ୱରେ ଥିବା ଛୋଟ ଛୋଟ ଗାଁ ବିକଶିତ ହେବ। କେବଳ ମହାନଦୀ କାହିଁକି; ଯମୁନା, ବ୍ରହ୍ମପୁତ୍ର, ନର୍ମଦା ଆଦି ଦେଶର ପ୍ରମୁଖ ନଦୀ କ୍ଷେତ୍ରରେ ମଧ୍ୟ ସମାନ ଯୋଜନା କରାଯିବ। ନଦୀମାନଙ୍କ ଜରିଆରେ ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହିଭଳି ଉଦ୍ୟମ ଆରମ୍ଭ ହୋଇଛି।

ଏହି ଯୋଜନା ପଛରେ ଲକ୍ଷ୍ୟ ହେଉଛି, ଏହାଦ୍ବାରା ନଦୀ ପାର୍ଶ୍ବବର୍ତ୍ତୀ ଛୋଟ ଛୋଟ ଗ୍ରାମଗୁଡ଼ିକ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା। ଏହାଦ୍ବାରା ସ୍ଥାନୀୟ ଖାଦ୍ୟ, ପରମ୍ପରା ଓ ସଂସ୍କୃତିକୁ ଏଥିରେ ସାମିଲ୍‌ କରାଯିବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ‘ଆନ୍ତନିର୍ଭର ଭାରତ ଯୋଜନା’ରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଏହି ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କ ସହିତ ଆଲୋଚନା ଚାଲୁ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe