ହକ୍-ଆଇରୁ ସଫଳ ପରୀକ୍ଷଣ ହେଲା କ୍ଷେପଣାସ୍ତ୍ର, ରହିଛି ୧୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା

Advertisment
ହକ୍-ଆଇରୁ ସଫଳ ପରୀକ୍ଷଣ ହେଲା କ୍ଷେପଣାସ୍ତ୍ର, ରହିଛି ୧୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା

ndtv

ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ତାନ ସହିତ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ଭାରତ ନିଜର ପ୍ରତିରକ୍ଷା ଶକ୍ତିକୁ ଦୃଢ଼ କରିବାରେ ଲାଗିଛି। ଏ ନେଇ ବର୍ତ୍ତମାନ ଭାରତ ସ୍ୱଦେଶୀ ପ୍ରଯୁକ୍ତିରେ ହାଇ-ଟେକ୍ ଉପକରଣଗୁଡ଼ିକର ନିର୍ମାଣ ଉପରେ ବିଶେଷ ଧ୍ୟାନ ଦେଉଛି। ଏହି ଦିଗରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍, ଡିଆରଡିଓ ଏବଂ ଭାରତର ତିନି ସେନା ଦ୍ରୁତ ଗତିରେ କାର୍ଯ୍ୟ କରୁଥିବା ବେଳେ ଗୁରୁବାର ଭାରତକୁ ଏକ ବଡ଼ ସଫଳତା ମିଳିଛି।

ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍(ହାଲ) ବର୍ତ୍ତମାନ ସ୍ୱଦେଶୀ ହକ୍-ଆଇ ପ୍ରୋଜେକ୍ଟ କାମ ଆଗକୁ ବଢ଼ାଉଛି, ଯାହା ଅଧୀନରେ ହକ୍-ଆଇ ବିମାନରୁ ଏକ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ କ୍ଷେପଣାସ୍ତ୍ର (ସ’) ଗୁରୁବାର ସଫଳତାର ସହ ପରୀକ୍ଷଣ କରାଯାଇଛି। ପରୀକ୍ଷଣ ସଫଳ ହୋଇଥିବା ବେଳେ ସ’ ସଫଳତାର ସହିତ ଲକ୍ଷ୍ୟଭେଦ କରିଥିବା ଜଣାପଡ଼ିଛି। ଏହି କ୍ଷେପଣାସ୍ତ୍ରରେ ୧୦୦କିମି ଯାଏ ଲକ୍ଷଭେଦ କରିବାର କ୍ଷମତା ରହିଛି। ଓଡ଼ିଶା ଉପକୂଳରେ ଏହି ପରୀକ୍ଷା କରାଯାଇଛି। ଏହି ପରୀକ୍ଷଣ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ବଡ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

SAAW ने भेदा लक्ष्य oneindia

ହାଲର ଟେଷ୍ଟ ପାଇଲଟ ଉଇଙ୍ଗ କମାଣ୍ଡର (ଅବସରପ୍ରାପ୍ତ) ପି ଅବସ୍ତିି ଏବଂ ଉଇଙ୍ଗ କ‌ମାଣ୍ଡର (ଅବସରପ୍ରାପ୍ତ) ଏମ୍ ପଟେଲଙ୍କ ଦ୍ୱାରା ବିମାନ ଉଡ଼ାଯାଇଥିବା ବେଳେ ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରାଯାଇ ସ’ର ପରୀକ୍ଷଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe