Times of India
ନୂଆଦିଲ୍ଲୀ : ଇଣ୍ଡିଆନ୍ ପୁଲିସ ଫାଉଣ୍ଡେସନ୍ (ଆଇପିଏଫ୍) ଦ୍ବାରା ଗୁରୁବାର ଦିନ ସ୍ମାର୍ଟ ପୁଲିସିଂ ସର୍ଭେ-୨୦୨୧ ରିପୋର୍ଟ ଉନ୍ମୋଚିତ ହୋଇଛି। ସେବା ଓ ବିଶ୍ବସନୀୟତା ଆଦି ଆଧାରକୁ ନେଇ ପ୍ରସ୍ତୁତ ଏହି ସର୍ଭେରେ ଓଡ଼ିଶା ପୁଲିସ ଅଷ୍ଟମ ସ୍ଥାନରେ ରହିଛି। ଆନ୍ଧ୍ର ପ୍ରଥମ ସ୍ଥାନରେ ଥିବାବେଳେ ବିହାର ତାଲିକାର ସବା ତଳେ ରହିଛି। ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କୁ ନେଇ ଏହି ସର୍ଭେ କରାଯାଇଛି। ୧୦ଟି ଆଧାରକୁ ନେଇ ଏହି ସର୍ଭେ କରାଯାଇଥିଲା।
ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶା ପୁଲିସ ସମ୍ବେଦନଶୀଳତାରେ ଅଷ୍ଟମ, ଶୃଙ୍ଖଳା ଓ ଉତ୍ତମ ବ୍ୟବହାରରେ ଏକାଦଶ, ଉପଲବ୍ଧତାରେ ଏକାଦଶ, ଉତ୍ତରଦାୟିତ୍ବରେ ଦଶମ, ଉପଯୋଗୀ ଓ ବନ୍ଧୁତ୍ବରେ ତ୍ରୟୋଦଶ, ସୂଚନା ପ୍ରଯୁକ୍ତି ବିଦ୍ୟା ଆପଣାଇବାରେ ଦ୍ବାଦଶ, ସ୍ବଚ୍ଛ ଓ ନିରପେକ୍ଷତାରେ ଅଷ୍ଠମ, ର୍ଦୁନୀତିମୁକ୍ତ ସେବାରେ ସପ୍ତମ, ଉତ୍ତରଦାୟିତ୍ବରେ ପଞ୍ଚମ, ଲୋକଙ୍କ ବିଶ୍ବାସଭାଜନରେ ଦ୍ବାଦଶ ସ୍ଥାନରେ ରହିଛି। ସଂସ୍ଥା ସାରା ଦେଶର ଏକ ଲକ୍ଷ ୬୧ ହଜାର ୧୯୨ ଲୋକଙ୍କ ଠାରୁ ପାଇଥିବା ମତାମତ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ୮୯୦ ଜଣ ଏହି ସର୍ଭେରେ ଅଂଶ ଗ୍ରହଣ କରିଥିଲେ। ଆଇପିଏଫ୍ର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଆଇପିଏସ୍ ପ୍ରକାଶ ସିଂହ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି।
Follow Us