ମୁମ୍ବାଇ : ସ୍ମାର୍ଟ ସିଟି ଭଳି ଦେଶରେ ସ୍ମାର୍ଟ ଗାଁର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି। ମହାରାଷ୍ଟ୍ର ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଚାଷୀଙ୍କ ପାଇଁ ମୁଣ୍ଡେ ସର୍ବଦା ଲଢ଼େଇ କରୁଥିଲେ। ସେ ଆରମ୍ଭ କରିଥିବା ପରମ୍ପରାକୁ ଆଗକୁ ବଢ଼ାଇ ଚାଷୀଙ୍କ ପିଲାମାନଙ୍କ ଲାଗି ବିଭିନ୍ନ ସ୍କିମ୍ ଲାଗୁ କରିବାକୁ ପଡ଼ିବ। ଖାଦ୍ୟ ସହିତ ଚାଷୀମାନଙ୍କୁ ଶକ୍ତି ଯୋଗାଣକାରୀ ହେବାକୁ ପଡ଼ିବ। ସେଥିପାଇଁ ସ୍ମାର୍ଟ ସିଟି ଭଳି ସ୍ମାର୍ଟ ଗାଁ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ଗଡ଼କରୀ କହିଛନ୍ତି।
ସ୍ମାର୍ଟ ସିଟି ଭଳି ସ୍ମାର୍ଟ ଗାଁ ଆବଶ୍ୟକ: ଗଡ଼କରୀ
Advertisment
Follow Us