ଆଗାମୀ ୫ ବର୍ଷରେ ଭାରତରେ ଉତ୍ପାଦନ ହେବ ୧୧. ୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ ଓ ଯନ୍ତ୍ରାଂଶ

Advertisment
ଆଗାମୀ ୫ ବର୍ଷରେ ଭାରତରେ ଉତ୍ପାଦନ ହେବ ୧୧. ୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ ଓ ଯନ୍ତ୍ରାଂଶ

Image Courtesy of Zee News

ନୂଆଦିଲ୍ଲୀ: ଶନିବାର ଦିନ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ସରକାର ଆରମ୍ଭ କରିଥିବା ‘ପ୍ରଡକ୍‌ସନ୍-ଲିଙ୍କ୍‌ଡ୍ ଇନ୍‌ସେଣ୍ଟିଭ୍ ସ୍କିମ୍’ (ପିଏଲ୍‌ଆଇ) ୩ ଲକ୍ଷ ପ୍ରତ୍ୟକ୍ଷ ଏବଂ ପ୍ରାୟ ୯ ଲକ୍ଷ ପରୋକ୍ଷ କର୍ମସଂସ୍ଥାନ ସୃଷ୍ଟି କରିବ।

publive-image

ଏହି ଯୋଜନାର ଅଗ୍ରଗତି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରି ପ୍ରସାଦ କହିଛନ୍ତି ଯେ, ଭାରତରେ ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ୍ ସାମଗ୍ରୀ‌ ନିର୍ମାଣ ବୃଦ୍ଧି କରାଇବା ନିମନ୍ତେ ସରକାରଙ୍କ ‘ପିଆଇଏଲ୍’ ଯୋଜନା ପ୍ରତି ଦେଶୀୟ ଓ ବୈଦେଶିକ କମ୍ପାନିମାନଙ୍କ ଆଗ୍ରହୀ ଅଛନ୍ତି। ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ୍ ସାମଗ୍ରୀ‌ ପିଏଲ୍‌ଆଇ ସ୍କିମ୍ ନିମନ୍ତେ ୨୨ଟି ଆବେଦନ ମିଳିଥିବା ବେଳେ ୪୦ କମ୍ପାନି ଉପକରଣ ଯୋଜନା ପ୍ରତି ଆଗ୍ରହ ପ୍ରଦର୍ଶନ କରିଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ଏହି କମ୍ପାନି ସବୁ ଭାରତରେ ୧୧. ୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ ଓ ଉପକରଣ ଉତ୍ପାଦନ କରିବ। ସେଥିରୁ ୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ ଓ ଉପକରଣ ରପ୍ତାନି କରାଯିବ। ଏହି ଯୋଜନାରେ ବିଦେଶୀ କମ୍ପାନିମାନଙ୍କୁ ୧୫, ୦୦୦ ଟଙ୍କା ବା ତା’ଠାରୁ ଅଧିକ ମୂଲ୍ୟର ମୋବାଇଲ୍ ଫୋନ୍ ତିଆରି କରିବାକୁ ଅନୁମତି ଦିଆଯାଇଛି।

ସେ ଆହୁରି କହିଛନ୍ତି ଯେ, ଏହି ‌ଯୋଜନା ଭାରତ ପାଇଁ ସକାରାତ୍ମକ ହେଲେ ବି ଅନ୍ୟ କୌଣସି ଦେଶ ବିରୋଧୀ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe