ଫେବ୍ରୁଆରି ୯ରେ ବିବାହ କରିବେ ସ୍ମୃତି ଇରାନୀଙ୍କ ଝିଅ, ଆଜିଠୁ କାର୍ଯ୍ୟକ୍ରମ ଆରମ୍ଭ

ଫେବ୍ରୁଆରି ୯ରେ ବିବାହ କରିବେ ସ୍ମୃତି ଇରାନୀଙ୍କ ଝିଅ, ଆଜିଠୁ କାର୍ଯ୍ୟକ୍ରମ ଆରମ୍ଭ

ନୂଆଦିଲ୍ଲୀ: ଫେବ୍ରୁଆରି ୯ରେ ବିବାହ କରିବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲେ ଇରାନୀ। ଆଜିଠୁ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାପଡ଼ିଛି। ହଲଦୀ, ମେହନ୍ଦୀ ଓ ସଙ୍ଗୀତ ପରେ ଫେବ୍ରୁଆରି ୯ରେ ଅର୍ଜୁନ ଭଲ୍ଲାଙ୍କ ସହିତ ବିବାହ କରିବେ ଶନେଲେ। ଦୁହିଁଙ୍କ ବିବାହ ରାଜସ୍ଥାନର ନଗୌରରେ ଥିବା ଦୁର୍ଗରେ ହେବ। କୁହାଯାଉଛି ଯେ, ଇରାନୀ ଓ ଭଲ୍ଲା ପରିବାରର ପ୍ରାୟ ୨୪୭ଜଣ ଲୋକ ବିବାହରେ ଯୋଗ ଦେବେ। ଶନେଲେ ପେସାରେ ଜଣେ ଆଇନଜୀବୀ ହୋଇଥିବା ବେଳେ ଅର୍ଜୁନ ଲଣ୍ଡନରୁ ଏମବିଏ କରିଛନ୍ତି। ତେବେ ତାଙ୍କ ପେସା ସମ୍ପର୍କିତ ତଥ୍ୟ ଏବେ ସାମ୍ନାକୁ ଆସିନାହିଁ।

publive-image Image Courtesy of Instagram

ଡିସେମ୍ବର, ୨୦୨୧ରେ ଦୁହିଁଙ୍କର ସୁନ୍ଦର ଫଟୋ ଇନଷ୍ଟାରେ ସେୟାର କରି ଝିଅ ନିର୍ବନ୍ଧ କରିଥିବା ଜଣାଇଥିଲେ ସ୍ମୃତି। ଫଟୋରେ ଅର୍ଜୁନ ଆଣ୍ଠୁମାଡ଼ି ବସିବା ସହ ଶନେଲେଙ୍କୁ ‘ପ୍ରପୋଜ୍‌’ କରୁଥିବା ଦେଖିବାକୁ ମିଳିଥିଲା। ଫଟୋର ପରିଚୟୋକ୍ତିରେ ସ୍ମୃତି ଲେଖିଥିଲ, ଏବେ ଆମର ହୃଦୟ ଯେଉଁ ବ୍ୟକ୍ତିଙ୍କ ପାଖରେ ରହିଲା, ତାଙ୍କରି ପାଇଁ…। ଅର୍ଜୁନ ଭଲ୍ଲା ଆପଣଙ୍କୁ ଆମ ପାଗଳ ପରିବାରକୁ ସ୍ବାଗତ। ଶଶୁର ଭାବେ ଜଣେ ପାଗଳ ବ୍ୟକ୍ତି ଏବଂ ତାଙ୍କଠୁ ଖରାପ ମୋ ଭଳି ଜଣେ ଶାଶୁ ପାଉଥିବାରୁ ଆପଣଙ୍କୁ ଆଶୀର୍ବାଦ କରୁଛି। ଈଶ୍ବର ଆପଣଙ୍କର ମଙ୍ଗଳ କରନ୍ତୁ।

Smriti Irani hints at more 'saas' jokes after daughter Shanelle's engagement to Arjun Bhalla | People News | Zee News zeenews

ସୂଚନାଯୋଗ୍ୟ, ଶନେଲେଙ୍କ ବ୍ୟତୀତ ସ୍ମୃତିଙ୍କର ଜୋହର୍‌ ଏବଂ ଜୌଶ୍‌ ନାମରେ ଆଉ ଦୁଇଟି ସନ୍ତାନ ଅଛନ୍ତି। ଜୋହର୍‌ ଏବଂ ଜୌଶ୍‌ ସ୍ମୃତି ଇରାନୀଙ୍କର ସନ୍ତାନ ହୋଇଥିବା ବେଳେ ଶନେଲେ ହେଉଛନ୍ତି ସ୍ମୃତିଙ୍କ ସ୍ବାମୀ ଜୁବିନଙ୍କ ପ୍ରଥମ ପତ୍ନୀ ମୋନା ଇରାନୀଙ୍କ ଝିଅ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe