photo-indiatv
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମର୍ଯ୍ୟାଦାଜନକ ଲୋକସଭା ଆସନ ଆମେଥିରେ ଏଥର ପୁଣି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସ୍ମୃତି ଇରାନୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଟକ୍କର ହେଉଛି। ଆଜି ସେଠାରେ ମତଦାନ ପ୍ରକ୍ରିୟା ଜାରି ରହିଛି। ଏଭଳି ସମୟରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ବୁଥ୍ ଜବର ଦଖଲର ଅଭିଯୋଗ ଆଣିଛନ୍ତି।
ସେ ନିଜର ଟୁଇଟରରେ ଏକ ଭିଡିଓ ଜାରି କରି ଏହା ଉଲ୍ଲେଖ କରିଛନ୍ତି । ସେହି ଭିଡିଓର ଜଣେ ବୟସ୍କା ମହିଳା ବୟାନ୍ ଦେଇଛନ୍ତି କି ତାଙ୍କ ଭୋଟ୍ ଜବରଦସ୍ତ କଂଗ୍ରେସକୁ ଦିଆଯାଇଛି। ଏହି ଭିଡିଓ ଜରିଆରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସ୍ମୃତି ଇରାନୀ କେବଳ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ନାହାନ୍ତି , ବରଂ ସେ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ ବି କରିଛନ୍ତି। ସ୍ମୃତି ଇରାନୀ କଂଗ୍ରେସ ଦଳ ଘୃଣାର ରାଜନୀତି କରୁଛି ବୋଲି ମଧ୍ୟ କହିଛନ୍ତି।
Follow Us