ଅଧୀର ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟଜନିତ ବିବାଦୀୟ ପରିସ୍ଥିତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ସ୍ମୃତି ଇରାନୀ

Advertisment
ଅଧୀର ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟଜନିତ ବିବାଦୀୟ ପରିସ୍ଥିତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ସ୍ମୃତି ଇରାନୀ

Image Courtesy of The Shillong Times

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ଚୌଧୁରୀ ରାଷ୍ଟ୍ରପତିଙ୍କ ପ୍ରତି ଦେଇଥିବା ଅପମାନସୂଚକ ମନ୍ତବ୍ୟ କଥା ଲୋକସଭାରେ ପକାଇବାର ଦିନକ ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାଷ୍ଟ୍ରପତି ଭବନକୁ ଯାଇ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ନେତା ଅଧୀର ଚୌଧୁରୀ ରାଷ୍ଟ୍ରପତି ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ଅଭିହିତ କରିଥିଲେ।

ଆଜି ନିଜ ଦୁଇଟି ବିଭାଗର ‌ରାଷ୍ଟ୍ରମନ୍ତ୍ରୀଙ୍କ ସହିତ ସ୍ମୃତି ଇରାନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ଲାଗି ଯାଇଥିଲେ। ସେମାନେ ହେଉଛନ୍ତି ମହିଳା ଏବଂ ଶିଶୁ ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ମହେନ୍ଦ୍ର ମୁଞ୍ଜପରା ଏବଂ ସଂଖ୍ୟାଲଘୁ ବ୍ୟାପାର ବିଭାଗ ମନ୍ତ୍ରୀ ଜନ୍‌ ବାର୍ଲା।

publive-image Image Courtesy of Mint

ଟୁଇଟ୍‌ କରି ସ୍ମୃତି ଇରାନୀ ଲେଖିଛନ୍ତି: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର ସୁଯୋଗ ପାଇଥିଲି।

ଗୁରୁବାର ଦିନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅଧୀର ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ଉତ୍ଥାପନ କରି ଦ୍ରୌପଦୀ ମୁର୍ମୁ, ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଏବଂ ମହିଳା ଓ ଦେଶର ଜନଜାତି ସମ୍ପ୍ରଦାୟଙ୍କ ପ୍ରତି ହୋଇଥିବା ଅପମାନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦାୟୀ କରିଥିଲେ।

ଏଭଳି ମନ୍ତବ୍ୟ ଲାଗି ପ୍ରବଳ ବିଦାଦ ଆରମ୍ଭ ହେବା ପରେ ଅଧୀର ଚୌଧୁରୀ କହିଲେ ଯେ, ଭୁଲ୍‌ରେ ଏମିତି କହି ଦେଇଛି । ତାଙ୍କର ମନ୍ତବ୍ୟ ଯଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଘାତ ପାଇଛନ୍ତି ତେବେ, ସେ ବ୍ୟକ୍ତିଗତ ଭାବେ ଯାଇ ତାଙ୍କ ନିକଟରେ କ୍ଷମାପ୍ରାର୍ଥନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe