DNA India
ନୂଆଦିଲ୍ଲୀ : ଗତ ୨୦ଦିନ ମଧ୍ୟରେ ଭାରତ-ପାକ୍ ମଧ୍ୟରେ ଅନେକ କିଛି ଅଘଟଣ ଘଟି ଯାଇଛି । ପ୍ରଥମେ ପୁଲଓ୍ଵାମା ଆକ୍ରମଣ, ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍ରେ ଆକ୍ରମଣ କରି ଆତଙ୍କବାଦୀଙ୍କୁ ନିହତ କରିବା ଘଟଣା ଏବଂ ଶେଷରେ ବୀର ପାଇଲଟ୍ ଅଭିନନ୍ଦନ ପାକିସ୍ତାନ ସେନା କବ୍ଜାକୁ ଯିବା ଘଟଣା ଦୁଇ ଦେଶ ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଥିଲା । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପାଇଲଟ୍ ଅଭିନନ୍ଦନ ଭାରତ ଫେରିବା ପରେ ପରିସ୍ଥିତି ଏବେ ଟିକେ ଶାନ୍ତ ରହିଛି । ତେବେ ଏ ସବୁ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜ ଇନ୍ଷ୍ଟା ଆକାଉଣ୍ଟରେ ସେୟାର କରିଥିବା ମେମେକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନା ମୁତାବକ, ଉଇଙ୍ଗ କମାଣ୍ଡର ଅଭିନନ୍ଦନ ପାକ୍ ସେନା କବ୍ଜାକୁ ଯିବା ପରେ ତାଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥିଲା । କିନ୍ତୁ ପାଇଲଟ୍ ଅଭିନନ୍ଦନ ସେମାନଙ୍କୁ ଚତୁରତାର ସହ ମନା କରି ଦେଇଥିଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ପାଇଲଟ୍ ଅଭିନନ୍ଦନଙ୍କ ଚତୁରତା ଏବଂ ଦେଶପ୍ରେମ ଦେଖି ସ୍ମୃତି ଇରାନୀ ଏକ ମେମେ ସେୟାର କରିଛନ୍ତି । ଯେଉଁଥିରେ ପାକିସ୍ତାନ ଅଭିନନ୍ଦନଙ୍କୁ ଗୁପ୍ତ ସୂଚନା ମାଗୁଥିବା ବେଳେ ଅଭିନନ୍ଦନ ତାଙ୍କୁ ବୋକା ବନାଇ କୌଣସି ତଥ୍ୟ ଦେବାକୁ ମନା କରି ଦେଉଛନ୍ତି । ପାଇଲଟ୍ ଅଭିନନ୍ଦନଙ୍କ ଦେଶପ୍ରେମକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଯେଉଁ ଭଳି ଭାବରେ ପ୍ରଶଂସା କରିଛନ୍ତି, ତାହା ଲୋକମାନଙ୍କୁ ଖୁସି କରାଇଛି ।
Follow Us