ସ୍ମୃତି ଇରାନୀ ସେୟାର କଲେ ନିଜ ପୁରୁଣା ଓ ନୂଆ ଫଟୋ, ଲେଖିଲେ ‘କ’ଣରୁ କ’ଣ ହୋଇଗଲା...’

Advertisment
ସ୍ମୃତି ଇରାନୀ ସେୟାର କଲେ ନିଜ ପୁରୁଣା ଓ ନୂଆ ଫଟୋ, ଲେଖିଲେ ‘କ’ଣରୁ କ’ଣ ହୋଇଗଲା...’

.indiatoday.

ନୂଆଦିଲ୍ଲୀ: ମହିଳା-ଶିଶୁ ବିକାଶ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିିଆରେ ନିଜ ପୁରୁଣା ଫଟୋ ସେୟାର କରିଛନ୍ତି। ସ୍ମୃତି ଇରାନୀ ସୋସିଆଲ ମିଡିିଆରେ ଖୁବ୍‌ ସକ୍ରିୟ ଓ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ପୁରୁଣା ଫଟୋ ନିୟମିତ ସେୟାର କରିଥାଆନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୫ଲକ୍ଷ ଫଲୋୟର୍ସ ଅଛନ୍ତି। ସ୍ମୃତି ଇରାନୀ ପୁରୁଣା ଫଟୋ ସହିତ ଫନି ମିମ୍ସ ବି ସେୟାର କରି ଥାଆନ୍ତି। ସମ୍ପ୍ରତି ସେ ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଦେଇଛନ୍ତି, ଯେଉଁଥିରେ ସେ ବିଜେପି ସାଂସଦ ଦର୍ଶନା ଜାରଦୋଶଙ୍କ ସହିତ ନଜର ଆସୁଛନ୍ତି।

View this post on Instagram

Kya se kya ho gaye dekhte dekhte ?‍♀ when #thoughtfulthursday ‘weighs’ on you ?? @darshanajardosh

A post shared by Smriti Irani (@smritiiraniofficial) on

ପ୍ରଥମ ଫଟୋଟି କିଛି ବର୍ଷ ପୁରୁଣା। ଯେଉଁଥିରେ ଦୁଇ ଭାଜପା ମନ୍ତ୍ରୀ କଥାବାର୍ତ୍ତା ହେଉଥିବା ନଜର ଆସୁଛନ୍ତି। ଦ୍ୱିତୀୟ ଫଟୋ ଏବେକାର।  ଦର୍ଶନା ଜାରାଦୋଶ ଯାହାକୁ  ମାର୍ଚ୍ଚରେ ସେୟାର କରିଥିଲେ। ସ୍ମୃତି ଇରାନୀ ଏହି ଫଟୋକୁ ସେୟାର କରି ଲେଖିଛନ୍ତି, ଦେଖୁ ଦେଖୁ କ’ଣରୁ କ’ଣ ହୋଇଗଲା। ଏହି ପୋଷ୍ଟରେ ସେ ଦର୍ଶନା ଜାରଦୋଶଙ୍କୁ ଟ୍ୟାଗ ବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe