ଗର୍ଭନଷ୍ଟ ପରେ ରକ୍ତସ୍ରାବ ହେବାରୁ ଏକାକୀ ଡାକ୍ତରଖାନା ଯାଇଥିଲେ ସ୍ମୃତି, ପରଦିନ ସୁଟିଂକୁ ଡକାଯିବାରୁ ଅଭିନେତ୍ରୀ କରିଥିଲେ ଏଭଳି କାମ

Advertisment
ଗର୍ଭନଷ୍ଟ ପରେ ରକ୍ତସ୍ରାବ ହେବାରୁ ଏକାକୀ ଡାକ୍ତରଖାନା ଯାଇଥିଲେ ସ୍ମୃତି, ପରଦିନ ସୁଟିଂକୁ ଡକାଯିବାରୁ ଅଭିନେତ୍ରୀ କରିଥିଲେ ଏଭଳି କାମ

news18

ମୁମ୍ବାଇ: ଏବେ ରାଜନେତ୍ରୀ ଭାବେ ରାଜ୍ କରୁଥିବା ସ୍ମୃତି ଇରାନୀ ଦିନେ ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ଥିଲେ। 'କ୍ୟୁକି ଶାଶ୍ ଭି କଭି ବହୁ ଥି'ରେ ତୁଲସୀ ଚରିତ୍ରରେ ନଜର ଆସି ସେ ଘରେ ଘରେ ଲୋକପ୍ରିୟ ହୋଇଥିଲେ। ସେ ୭ବର୍ଷ ଏହି ଧାରାବାହିକରେ କାମ କରିଥିବା ବେଳେ ୨୦୦୭ରେ ଏହି ସୋ’ ଛାଡିଥିଲେ। ଧାରାବାହିକଟି ୨୦୦୮ରେ ବନ୍ଦ ହୋଇଥିବା ବେଳେ ଏବେ ସେ ସମୟର ଅନୁଭୂତିକୁ ସେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।

ସ୍ମୃତି କହିଛନ୍ତି ଯେ, ‘‘କ୍ୟୁକି ଶାଶ୍ ଭି କଭି ବହୁ ଥି'ରେ କାମ କରୁଥିବା ବେଳେ ମୁଁ ଗର୍ଭବତୀ ଥିଲି। ଦିନେ ହଠାତ୍ ମୋର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। କାମରୁ ବିରତି ଦେବା ପାଇଁ ନିର୍ମାତାଙ୍କୁ ମୁଁ ଅନୁରୋଧ କରିବା ପରେ ସେ ମୋତେ ଛାଡୁ ଛାଡୁ ସନ୍ଧ୍ୟା ହୋଇଯାଇଥିଲା। ଡାକ୍ତର ମୋର ସମସ୍ୟା ଜାଣି ମୋତେ ସୋନୋଗ୍ରାଫି କରିବାକୁ କହିଥିଲେ। ବର୍ଷା ହେଉଥିବାରୁ ମୁଁ ଅଟୋରେ ଡାକ୍ତରଖାନା ବାହାରିଥିଲି। ବାଟରେ ମୋ‌ର ରକ୍ତସ୍ରାବ ହେବା ଆରମ୍ଭ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ନର୍ସ ମୋ ପାଖକୁ ଅଟୋଗ୍ରାଫ ନେବାକୁ ଦୌଡ଼ି ଆସିଥିଲେ। ମୁଁ ତାଙ୍କୁ ଅଟୋଗ୍ରାଫ ଦେଇ ମୋ ସମସ୍ୟା ବିଷୟରେ କହିଥିଲି। ସେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିଥିଲେ ବି ସେତବେଳକୁ ମୋର ଗର୍ଭନଷ୍ଟ ହୋଇସାରିଥିଲା। ସେ ସମୟରେ ମୁଁ 'କ୍ୟୁକି ଶାଶ୍ ଭି କଭି ବହୁ ଥି' ସହ ରବି ଚୋପ୍ରାଙ୍କ 'ରାମାୟଣ'ରେ ସୀତାଙ୍କ ଭୂମିକା ପାଇଁ କାମ କରୁଥିଲି। ରବି ଚୋପ୍ରା ମୋ ସମସ୍ୟା ଜାଣି ମୋତେ ଗୋଟିଏ ଦିନର ଛୁଟି ଦେଇଥିଲେ ବି 'କ୍ୟୁକି ଶାଶ୍ ଭି କଭି ବହୁ ଥି'ର ନିର୍ମାତା ମୋତେ ପରଦିନ ଆସି ସୁଟିଂ କରିବାକୁ କହିଥିଲେ। କାରଣ ମୁଁ ଗର୍ଭନଷ୍ଟ ହେବା କଥା ମିଛ କହୁଛି ବୋଲି ମୋ‌ର ଜଣେ ସହ-କଳାକାର ନିର୍ଦ୍ଦେଶକଙ୍କୁ କହିଥିଲେ। ଏହା ପରେ ମୁଁ ଏକତାଙ୍କୁ ଭେଟି ସବୁ ପ୍ରମାଣ ଦେଖାଇଥିଲି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe