ଆପଣ ଟିଭିରେ କ’ଣ ଦେଖୁଛନ୍ତି ଜାଣିବାକୁ ଚାହୁଁଛନ୍ତି ସ୍ମୃତି ଇରାନୀ: କଂଗ୍ରେସ

Advertisment
ଆପଣ ଟିଭିରେ କ’ଣ ଦେଖୁଛନ୍ତି ଜାଣିବାକୁ ଚାହୁଁଛନ୍ତି ସ୍ମୃତି ଇରାନୀ: କଂଗ୍ରେସ

ନୂଆଦିଲ୍ଲୀ: ସେଟ୍‌-ଟପ୍‌ ବକ୍ସ୍‍ରେ ଚିପ୍‌ସ୍‌ ଲଗାଇବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେବାର ଦିନକ ପରେ କଂଗ୍ରେସ ଅଭିଯୋଗ କରିଛି ଯେ ଭାରତୀୟ ଜନତା ପାର୍ଟି ନାଗରିକମାନଙ୍କର ଗୋପନୀୟତା ଉଲ୍ଲଂଘନ କରୁଛି। ସରକାର ଲୋକମାନଙ୍କ ଶୟନକକ୍ଷକୁ ପ୍ରବେଶ କରୁଥିବାର କଥା ଟୁଇଟର୍‌ ପୋଷ୍ଟ୍‍ରେ ଅଭିଯୋଗ କରିଛନ୍ତି ଦଳର ମୁଖପାତ୍ର ରନ୍ଦୀପ ସିଂହ ସୁର୍ଜେଓ୍ଵାଲା।

ସୁର୍ଜେଓ୍ଵାଲା ମାଇକ୍ରୋ-ବ୍ଲଗିଙ୍ଗ୍‌ ପ୍ଲାଟଫର୍ମରେ ଲେଖିଛନ୍ତି: ବ୍ରେକିଙ୍ଗ୍‌! ବିଜେପି ଦ୍ୱାରା ସର୍ଭେଲିଏନ୍‌ସ୍‌ ଦ୍ୱିତୀୟ ପର୍ଯ୍ୟାୟ ଜଣାପଡ଼ିଛି! ଗୋପନୀୟତାର ସାଙ୍ଘାତିକ ଉଲ୍ଲଂଘନ କରି ବିନା ଅନୁମତିରେ ସ୍ମୃତି ଇରାନୀ ଜାଣିବାକୁ ଚାହୁଁଛନ୍ତି ଶୟନକକ୍ଷରେ ଆପଣ ଟିଭିରେ କି, ସୋ’ ଦେଖୁଛନ୍ତି! କହିଁକି?
ନୂଆ ଟିଭି ସେଟ୍‌-ଟପ୍‌ ବକ୍ସ୍‍ରେ ଏକ ଚିପ୍‌ସ୍‌ ଲଗାଇବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବ୍ୟବସ୍ଥା କରୁଛି ବୋଲି ପୂର୍ବରୁ ଖବର ମିଳିଥିଲା। ଜଣେ କି କି ଚାନେଲ୍‌ ଦେଖୁଛନ୍ତି ଏବଂ କେତେ ସମୟ ଦେଖୁଛନ୍ତି ତାହାର ତଥ୍ୟାବଳୀ ଉକ୍ତ ଚିପ୍‌ସ୍‌ରୁ ମଳିପାରିବ।

publive-image

ଏହା ବିଜ୍ଞାପନଦାତା ଏବଂ ଡିଏଭିପି ସେମାନଙ୍କର ବିଜ୍ଞାପନ ଖର୍ଚ୍ଚ ବିଜ୍ଞତାର ସହ ତୁଲାଇବାରେ ସହାୟକ ହେବ। କେବଳ ଯେଉଁ ଚାନେଲ୍‌ଗୁଡ଼ିକୁ ଲୋକେ ବେଶୀ ଦେଖୁଛନ୍ତି ସେଗୁଡ଼ିକୁ ବିଜ୍ଞାପନ ଦିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe