କଂଗ୍ରେସ ନେତାଙ୍କୁ ସ୍ମୃତିଙ୍କ ନୋଟିସ୍‌ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ପାଇଁ କହିଲେ

Advertisment
ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି

Mint

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ତାଙ୍କ ଝିଅକୁ ନେଇ କଂଗ୍ରେସ ନେତାଙ୍କ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି। ଗୋଆରେ ସ୍ମୃତିଙ୍କ ଝିଅ ଏକ ବେଆଇନ ବାର୍‌ ଚଳାଉଛନ୍ତି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଥିବା ବେଳେ ସ୍ମୃତି ସେମାନଙ୍କୁ ନୋଟିସ୍‌ ପଠାଇବା ସହ ଲିଖିତ ଭାବେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ଅଭିଯୋଗ ତତ୍କାଳ ପ୍ରତ୍ୟାହାର ନକଲେ ସେ ଅଦାଲତର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି। କଲେଜରେ ପ୍ରଥମ ବର୍ଷରେ ପଢ଼ୁଥିବା ସ୍ମୃତିଙ୍କ ୧୮ ବର୍ଷୀୟା ଝିଅ ବିରୋଧରେ ଅଭିଯୋଗ ଆଣିଥିବା କଂଗ୍ରେସ ନେତା ପବନ ଖେରା, ଜୟରାମ ରମେଶ ଏବଂ ଏନ୍‌. ଡିସୁଜାଙ୍କୁ ସ୍ମୃତିଙ୍କ ପକ୍ଷରୁ ଓକିଲ ନୋଟିସ୍‌ ମିଳିଛି। ସୂଚନାଯୋଗ୍ୟ, କଂଗ୍ରେସ ଶନିବାର ଅଭିଯୋଗ କରିଥିଲା ଯେ ସ୍ମୃତିଙ୍କ ଝିଅ ଗୋଆରେ ଏକ ବେଆଇନ ବାର୍‌ ଚଳାଇଛନ୍ତି ଏବଂ ଏଥିପାଇଁ ସ୍ମୃତିଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯିବା ଉଚିତ। ତେବେ ସ୍ମୃତି ଏହାକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଭିତ୍ତିହୀନ ଅଭିଯୋଗ ପାଇଁ କଂଗ୍ରେସ ନେତାମାନେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe