ବିମାନରେ ସ୍ମୃତି ଇରାନୀଙ୍କୁ ଦରବୃଦ୍ଧି ପ୍ରଶ୍ନ ପଚାରି ଅଡ଼ୁଆରେ ପକାଇଲେ କଂଗ୍ରେସ ନେତ୍ରୀ

Advertisment
ବିମାନରେ ସ୍ମୃତି ଇରାନୀଙ୍କୁ ଦରବୃଦ୍ଧି ପ୍ରଶ୍ନ ପଚାରି ଅଡ଼ୁଆରେ ପକାଇଲେ କଂଗ୍ରେସ ନେତ୍ରୀ

Daijiworld

ନୂଆଦିଲ୍ଲୀ: ଦିଲ୍ଲୀରୁ ଗୌହାଟୀକୁ ବିମାନରେ ଯିବା ସମୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମହିଳା କଂଗ୍ରେସ ଅଧ୍ୟକ୍ଷ ନୀତା ଡିସୁଜା ଗ୍ୟାସ ଓ ପେଟ୍ରୋଲ ଦରବୃଦ୍ଧି ପ୍ରଶ୍ନ ପଚାରି ଅଡ଼ୁଆରେ ପକାଇଛନ୍ତି। ଗୌହାଟୀରେ ବିମାନ ଅବତରଣ କରି ଯାତ୍ରୀମାନେ ଓହ୍ଲାଇବାକୁ ଯାଉଥିଲେ। ଏହି ସମୟରେ କଂଗ୍ରେସ ମହିଳା ମୁଖ୍ୟ ନୀତା ଡିସୁଜା କେନ୍ଦମନ୍ତ୍ରୀଙ୍କୁ ‌ଗ୍ୟାସ ଓ ପେଟ୍ରୋଲ ମୂଲ୍ୟବୃଦ୍ଧି ସଂପର୍କରେ ପଚାରିଥିଲେ। ତେବେ କଂଗ୍ରେସ ନେତ୍ରୀ ପଚାରିଥିବା ପ୍ରଶ୍ନର କୌଣସି ସିଧା ଉତ୍ତର କେନ୍ଦ୍ରମନ୍ତ୍ରୀ ଦେଇନଥିଲେ। ବରଂ କ‌ଂଗ୍ରେସ ନେତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ କହିଥିଲେ ପ୍ରଥମ‌େ ଆପଣ ଯାତ୍ରୀମାନଙ୍କୁ ବାଟ ଛାଡ଼ନ୍ତୁ। ବାଟରେ ଛିଡ଼ାହେବା ଦ୍ବାରା ‌ଯାତ୍ରୀମାନେ ଅସୁବିଧାରେ ପଡ଼ୁଛନ୍ତି। କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ଆଲୋଚନା ସମୟରେ ଜଣେ ଯାତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ହାପି ବିହୁ କହି ଶୁଭେଚ୍ଛା ଜଣାଇଥିଲେ।

ତେବେ ଡିସୁଜା କହିଥିଲେ ବିନା ଗ୍ୟାସ, ବିନା ଷ୍ଟୋଭରେ ହାପି ବିହୁ ମନ୍ତବ୍ୟ ଦେଇଥିଲେ। ଏହାର ଉତ୍ତରରେ ସ୍ମୃତି କହିଥିଲେ ଆପଣ ମିଛ କୁହନ୍ତୁ ନାହିଁ। ଏଥିସହିତ ସ୍ମୃତି ଏହା ମଧ୍ୟ ଅଭିଯୋଗ କରିଥିଲେ ତାଙ୍କ ବିନା ଅନୁମତିରେ ଭିଡିଓ ରେକର୍ଡ କରାଯାଉଛି। ଏହାର ଉତ୍ତରରେ ଡିସୁଜା କହିଥିଲେ ଆପଣ ସାଧାରଣ ପଦବିରେ ରହିଛନ୍ତି ଏବଂ ଲୋକମାନେ ଆପଣଙ୍କ ଠାରୁ ଉତ୍ତର ଚାହୁଛନ୍ତି। ତେବେ ସ୍ମୃତି ଏହା କହିଥିଲେ କରୋନା ସମୟରେ ଲୋକଙ୍କୁ ମାଗଣା ଟିକା ଓ ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ଏହି କଥାବାର୍ତ୍ତାକୁ ନିଜେ ଡିସୁଜା ଟ୍ବିଟ୍ କରିଛନ୍ତି। ଏହି ଟ୍ବିଟ୍ ଏବେ ଭାଇରାଲ ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ, କଂଗ୍ରେସ ସରକାର ସମୟରେ ରୋଷେଇ ଗ୍ୟାସ ଦରବୃଦ୍ଧି ସମୟରେ ସ୍ମୃତି ଇରାନୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏବେ ସ୍ମୃତିକୁ ସମାନ ସ୍ଥିତିର ସାମ୍ନା କରିବାକୁ ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe