ପାଟ୍ନା: ସାପ ନାଁ ଶୁଣିଲେ ବି ଅନେକ ଲୋକଙ୍କୁ ଭୟ ଲାଗେ। ମାତ୍ର ଏମିତି କେବେ ଦେଖିଛନ୍ତି କି ସାପ କାମୁଡ଼ିଥିବା ଅବସ୍ଥାରେ ହିଁ ବ୍ୟକ୍ତିଙ୍କୁ ହସ୍ପିଟାଲ୍ ନେବାକୁ ପଡ଼େ। ବିହାରର ମଧେପୁରାରେ ଏପରି ଏକ ଘଟଣା ଦେଖିବାକୁ ମିିଳିଛି। ଜାଣିବାକୁ ମିଳିଛି ଯେ ଏକ ସାପ ଜଣେ ଚାଷୀଙ୍କ ଗୋଡ଼କୁ କାମୁଡ଼ି ଧରିଛି। କାମୁଡ଼ିବା ପରେ ବ୍ୟକ୍ତିଙ୍କ ଗୋଡ଼ରେ ଏପରି ଭାବେ ଗୁଡ଼ାଇ ହୋଇ ଯାଇଛି ଯେ ତାକୁ କେହି ବାହାର ନକରିପାରିବାରୁ ବ୍ୟକ୍ତି ଜଣଙ୍କୁ ସେହି ସାପ ସହ ହିଁ ହସ୍ପିଟାଲ୍ ନିଆଯାଇଛି।
ମଧୁପୁରାର ବିହାରୀଗଞ୍ଜ ଅଞ୍ଚଳରେ ଶନିବାର ଏପରି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେମାନେ ଯେତେବେଳେ ଚାଷୀ ଜଣଙ୍କୁ ନେଇ ହସ୍ପିଟାଲ୍ରେ ପହଞ୍ଚିଲେ ପ୍ରଥମେ ଡାକ୍ତର ବି ଚକିତ ହୋଇଗଲେ। ଚିକିତ୍ସା ପରେ ଡାକ୍ତର କହିଛନ୍ତି କି ସାପଟି ବ୍ୟକ୍ତି ଜଣଙ୍କୁ କାଟିବା ପରେ ତାଙ୍କ ମାଂସ ଓ ଚମଡ଼ାରେ ସାପର ଦାନ୍ତ ଲାଖି ଯାଇଥିଲା। ସାପଟି ନିଜକୁ ମୁକ୍ତ ନ କରିପାରିବା ଭୟରେ ସେହି ଚାଷୀ ଜଣକ ଗୋଡ଼ରେ ହିଁ ଗୁଡ଼ାଇ ହୋଇ କୁଣ୍ଡଳୀ ବନାଇ ଦେଇଥିଲା।
ସାପଟି ବିଶଧର ନଥିବାରୁ ବ୍ୟକ୍ତିଙ୍କ ଉପରେ ବିଶେଷ କୌଣସି ପ୍ରଭାବ ପଡ଼ିନାହିଁ। ଡାକ୍ତରମାେନେ ସାପକୁ ଚାଷୀଙ୍କ ଗୋଡ଼ରୁ କାଢ଼ିବାରେ ସମର୍ଥ ହୋଇଛନ୍ତି।
Follow Us