ମନ୍ଦିରରେ ପୂଜା କରୁଥିବା ବେଳେ ସର୍ପ ଦଂଶନରେ ମହିଳା ଭକ୍ତଙ୍କ ମୃତ୍ୟୁ

Advertisment
ମନ୍ଦିରରେ ପୂଜା କରୁଥିବା ବେଳେ ସର୍ପ ଦଂଶନରେ ମହିଳା ଭକ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବର୍ଷାଦିନ ହେତୁ ଗାତରେ ପାଣିପଶିଯିବା କାରଣରୁ ସାପମାନେ ‌ସେଠାରୁ ବାହାରି ଆସି ଗଛବୁଦା ନିକଟରେ ଲୁଚି ରହୁଛନ୍ତି। ଏଭଳି ସମୟରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ନଚେତ କିଛି ବି ଅଘଟଣ ଘଟିଯାଇପାରେ।

ମଙ୍ଗଳାର ବିହାରର ନବାଦା ଶୋଭନାଥ ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କ ସର୍ପ ଦଂଶନ ହେତୁ ମୃତ୍ୟୁ ହୋଇଥିବାର ଦୁଃଖ ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ ମନ୍ଦିର ନିକଟରେ ଥିବା ଏକ ବୃକ୍ଷ ପାଖରେ ଥିବା ମୂର୍ତ୍ତିକୁ ପୂଜା କରୁଥିଲେ। ଏହି ସମୟରେ ସେ ଆଖି ବନ୍ଦ କରି ଭଗବାନଙ୍କୁ ସ୍ମରଣ କରୁଥିଲେ। ଏହି ସମୟରେ ଉକ୍ତଗଛ ଭିତ‌ରେ ଲୁଚି ରହିଥିବା ଏକ ସାପ  ହଠାତ ସେଠାରୁ ବାହାରି ଆସି ଯୁବତୀଙ୍କୁ ଦଂଶନ କରିଥିଲା।  ସର୍ପ ଦଂଶନ ପରେ ଯୁବତୀ ଜଣକ ଭୟ ଓ ଯନ୍ତ୍ରଣାରେ କାନ୍ଦି ପକାଇ ପାଖଆଖର ଲୋକଙ୍କୁ ଡାକି ଘଟଣା ବିଷୟରେ ଜଣାଇଥିଲେ।

ଘଟଣାସ୍ଥଳରେ ଥିବା ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥି‌ଲେ ହେଁ ଦୁଃଖର ବିଷୟକି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଯୁବତୀଙ୍କ ପରିବାର ଲୋକଙ୍କ ଏଖବର ଦିଆଯାଇଥିଲା। ଯୁବତୀଙ୍କ ଏଭଳି ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳ‌ରେ ଶୋକରଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe