Image Courtesy of India Today
ବେଙ୍ଗାଲୁରୁ: ଦୁଃସାହସ ଓ ନିପୁଣତା ଦେଖାଇବାକୁ ଗୋଟାଏ ଗୋଖର ଫଣାରେ ଚୁମ୍ବନ ଦେଉଥିବା ଜଣେ ସର୍ପ ଉଦ୍ଧାରକାରୀଙ୍କ ଓଠରେ ଉକ୍ତ ଗୋଖରସାପଟି ଦଂଶନ କରିଥିବା କଥା ଭିଡିଓ କ୍ଲିପ୍ରୁ ଜଣାପଡ଼ିଛି।
ସଂଗୃହୀତ ସୂଚନା ଅନୁସାରେ, ଆଲେକ୍ସ୍ ଓ ରୋନି ନାମରେ ଦୁଇଜଣ ସର୍ପ ଉଦ୍ଧାରକାରୀ ଜନପଦ ଭିତରୁ ପଶି ଆସୁଥିବା ସାପଙ୍କୁ ଧରି ନେଇ ଅରଣ୍ୟରେ ଛାଡ଼ି ଆସନ୍ତି।
ଗତ ବୁଧବାର ଦିନ ଶିବମୋଗ୍ଗା ଜିଲ୍ଲାର ଭଦ୍ରାବତୀ ଅନ୍ତର୍ଗତ ବୋମ୍ମନାକଟ୍ଟେ ଗାଁ ନିକଟରେ ଅବସ୍ଥିତ ଗୋଟାଏ ବିବାହ ମଣ୍ଡପରେ ଦୁଇଟି ସାପ ପଶିଥିବା ଜଣାପଡ଼ିଥିଲା। ସାପ ଦୁଇଟିକୁ ଧରିବା ପରେ ଆଲେକ୍ସ୍ ଗୋଟିଏ ସାପକୁ ଧରି ତା’ ଫଣା ପଛପଟରେ ଚୁମ୍ବନ ଦେବାକୁ ଉଦ୍ୟତ ହେଉଥିବା ବେଳେ ସରୀସୃପଟି ତାଙ୍କ ଓଠରେ ଚୋଟ ମାରି ଘଟଣାସ୍ଥଳରୁ ଖସି ପଳାଇଥିଲା।
Image Grabbed from Videoଘଟଣାସ୍ଥଳରେ ଥିବା ଅନ୍ୟ ଲୋକମାନେ ପଳାଇଯାଉଥିବା ସାପକୁ ଧରିପକାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଚୋଟ ମାରିବା ସତ୍ତ୍ବେ ଆଲେକ୍ସ୍ ପୁଣି ଉକ୍ତ ସାପକୁ ପୁଣି ଧରିଥିଲେ। ପୂର୍ବରୁ ଧରିଥିବା ଅନ୍ୟ ସାପଟି ସହିତ ଦଂଶିଥିବା ସାପକୁ ନେଇ ସେ ଅରଣ୍ୟରେ ଛାଡ଼ି ଆସିଥିଲେ।
ଚିକିତ୍ସା ନିମନ୍ତେ ତାଙ୍କୁ ଶିବମୋଗ୍ଗାର ‘ମ୍ୟାକ୍ଗାନ୍ନ’ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହୋଇ ସେ ଡାକ୍ତରଖାନାରୁ ଫେରିଥିବା ଜଣାପଡ଼ିଛି।
କିନ୍ତୁ, ଆଲେକ୍ସଙ୍କର ଉକ୍ତ ଦୁଃସାହସିକତାର ଦୃଶ୍ୟ ଥିବା ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇ ଚାଲିଛି।
Follow Us