ଗାଧୁଆଘରେ ଥିଲା ବିଶାଳକାୟ ବିଷଧର ସାପ, ସାପକୁ ଧାରୁଆ ଅସ୍ତ୍ରରେ କାଟୁ କାଟୁ ନିଜକୁ କାଟି ପକାଇଲେ ମହିଳା

Advertisment
ଗାଧୁଆଘରେ ଥିଲା ବିଶାଳକାୟ ବିଷଧର ସାପ, ସାପକୁ ଧାରୁଆ ଅସ୍ତ୍ରରେ କାଟୁ କାଟୁ ନିଜକୁ କାଟି ପକାଇଲେ ମହିଳା

ନୂଆଦିଲ୍ଳୀ: କିଛି ମାସ ତଳେ ଅଷ୍ଟ୍ରେଲିଅ‌ାର ଜଣେ ମହିଳାଙ୍କ ଗାଧୁଆଘରୁ ଲଗାତର ଦୁଇ ଦିନ ଧରି ଦୁଇଟି ବିଷଧର ସାପ ଉଦ୍ଧାର ହୋଇଥିବା ଘଟଣା ଆପଣଙ୍କର ମନେ ଥିବ ନିଶ୍ଚୟ। ନିକୋଲ୍‌ ନାମକ ମହିଳା ସାପକୁ ଦେଖି ଉଦ୍ଧାରକାରୀ ଦଳକୁ ଖବର ଦେବା ପରେ ଉଦ୍ଧାରକାରୀ ଦଳ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ।

ନିକଟରେ ସେହିପରି ଆଉ ଏକ ଘଟଣା ଘଟିଛି। ଘଟଣାଟି ଥାଇଲାଣ୍ଡ୍‌ର। ଆନା ନାମ୍ନୀ  ଜଣେ ଥାଇ ମହିଳା ତାଙ୍କ ଗାଧୁଆଘରକୁ ଯାଇଥିବା ବେଳେ ହଠାତ୍  ଏକ ସାପ ଦେଖିଲେ । ମହିଳା ଜଣକ ସାପକୁ ଦେଖିବା ପରେ ତୁରନ୍ତ  ଦୁଇ ହାତ ଲଗାଇ ସାପଟିକୁ ମାଡ଼ି ବସିଥିଲେ। ସାପଟି ଆନାଙ୍କ ହାତରେ ଗୁଡ଼େଇ ହୋଇ ଯାଇଥିଲା। ମାତ୍ର ଆନା ସାହସ ହରାଇ ନଥିଲେ। ସେ ତାଙ୍କର ଦୁଇ ପିଲାଙ୍କୁ ଏକ ହାତୁଡ଼ା ଓ ଆଉ ଏକ ଧାରୁଆ ଅସ୍ତ୍ର ମାଗିଥିଲେ। ଅସ୍ତ୍ର ପାଇବା ପରେ ଆନା ଓଲଟା ସାପଟିକୁ ଆକ୍ରମଣ କରିଥିଲେ।

ମାତ୍ର ଦୁର୍ଭାଗ୍ୟକୁ ସେ ସାପକୁ କାଟୁ କାଟୁ ନିଜକୁ କାଟି ପକାଇଥିଲେ। ଏପରି ଏକ ଦୁଃଖଦ କାହାଣୀକୁ ଆନାଙ୍କ ଝିଅ ତାଙ୍କ ଫେସ୍‌ବୁକ୍‌ରେ ଲେଖିବା ପରେ ଘଟଣାଟଟି ଚର୍ଚ୍ଚାକୁ ଆସିଛି। ଆନାଙ୍କ ଝିଅ କଟା ସାପର ଏକ ଫଟୋ ଫେସ୍‌ବୁକ୍‌ରେ ‌ସେୟାର୍‌ କରିବା ପରେ ‌ପୋଷ୍ଟ୍‌ଟିକୁ ୬୧ ହଜାର ବ୍ୟବହାରକାରୀ ସେୟାର୍‌ କରିଥିବା ବେଳେ ୫୪ ହଜାର ଲୋକ ସେମାନଙ୍କ ପ୍ରତିକ୍ରିୟା ଦେଇଛନ୍ତି।

ଆପଣ ଜାଣିଥିବେ ନିଶ୍ଚୟ ଯେ ଅ‌ଷ୍ଟ୍ରେଲିଆରେ ଗାଧୁଆଘରୁ ସାପ ବାହାରିବା କିଛି ବଡ଼ କଥା ନୁହେଁ। ଅ‌ଷ୍ଟ୍ରେଲଆ ଓ ଦକ୍ଷିଣ ଏସିଅ‌ାର ଅନେକ ଘରୁ ଓ ଗାଧୁଆ ଘରୁ ସାପ ବାହାରୁଥିବାର ଉଦାହରଣ ରହିଛି। ଅନେକ ସମୟରେ ସାପ କାମୁଡ଼ାରେ ଅନେକଙ୍କ ମୃତ୍ୟୁ ବି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe