ଟ୍ରେନ୍‌ ଇଞ୍ଜିନ୍‌ରେ ଆକସ୍ମିକ ଭାବେ ଆସିଲା ଏକ ସାପ, ଲୋକୋ-ପାଇଲଟ ଦେଖି ହେଲେ ଭୟଭୀତ

Advertisment
ଟ୍ରେନ୍‌ ଇଞ୍ଜିନ୍‌ରେ ଆକସ୍ମିକ ଭାବେ ଆସିଲା ଏକ ସାପ, ଲୋକୋ-ପାଇଲଟ ଦେଖି ହେଲେ ଭୟଭୀତ

ନୂଆଦିଲ୍ଲୀ: ଟ୍ରେନ୍‌ ଇଞ୍ଜିନର କେବିନ୍‌ରେ ସାପ ବୁଲୁଥିବାର ଏକ ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାର ଭିଡିଓ ଓ ଫଟୋ ଦେଖି ଲୋମମୂଳ ଟାଙ୍କୁରି ଉଠୁଛି। ଟ୍ରେନ୍‌ ଚଳାଉଥିବା ସମୟରେ ଇଞ୍ଜିନ୍‌ କେବିନର ହ୍ୟାଣ୍ଡେଲ୍‌ ପାଖରେ ହଠାତ ସାପକୁ ଦେଖି ଲୋକୋ- ପାଇଲଟ ବି ଭୟଭୀତ ହୋଇଯାଇଥିଲେ। ସେ କ’ଣ କରିବେ ତାଙ୍କୁ କିଛି ବୁଦ୍ଧି ବାଟ ଦିଶି ନଥିଲା।

ଏଭଳି ଏକ ଘଟଣା ଜମ୍ମୁ-ଉଧମପୁର ମେଲ୍‌ର ଇଞ୍ଜିନ୍‌ କେବିନ୍‌ରେ ଦେଖିବାକୁ ମିଳିଛି। ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳୁଛି କି, ଜମ୍ମୁ ଉଧମପୁର ମେଲର ଇଞ୍ଜିନ୍‌ କେବିନ୍‌ରେ ସାପ ହ୍ୟାଣ୍ଡଲ ପାଖରେ ରହିଛି। ଟ୍ରେନ୍‌ରେ ଲୋକୋ ପାଇଲଟ ଏଭଳି ଦୃଶ୍ୟ ଦେଖି କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରି ଏହି ଘଟଣାର ସୂଚନା ଦେଇଥିଲେ। ଏହି ଭିଡିଓକୁ ରବି କୁମାର ତାଙ୍କ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe