ଆପଣଙ୍କ ଘରେ ସାପ ପଶିଛି: ଲାଲୁଙ୍କୁ ବିଦ୍ରୂପ କରି କହିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ଆପଣଙ୍କ ଘରେ ସାପ ପଶିଛି: ଲାଲୁଙ୍କୁ ବିଦ୍ରୂପ କରି କହିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

Image Courtesy of NDTV

ପାଟନା: ‘ବିଜେପି’ଠାରୁ ବିଚ୍ଛିନ୍ନ ହୋଇ ନୀତୀଶ କୁମାର ‘ରାଷ୍ଟ୍ରୀୟ ଜନତା ଦଳ’ (ଆର୍‌ଜେଡି) ସହିତ ମିଶି ବିହାରରେ ସରକାର ଗଠନ କରିବାକୁ ଯାଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଆଜି ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ବିଦ୍ରୂପ କରି କହିଛନ୍ତି ଯେ, ତାଙ୍କ ଘରେ ସାପ ପଶିଛି।

୨୦୧୭ରେ ଲାଲୁ ପ୍ରସାଦ ଯାଦବ କରିଥିବା ଟୁଇଟ୍‌କୁ ସେୟାର୍‌ କରି କେନ୍ଦ୍ରମନ୍ତ୍ରୀ ସିଂହ ଲେଖିଛନ୍ତି: ଆପଣଙ୍କ ଘରେ ସାପ ପଶିଛି। ୨୦୧୭ରେ ନୀତୀଶ କୁମାର ‘ଆର୍‌ଜେଡି’ ଛାଡ଼ି ‘ବିଜେପି’କୁ ସମର୍ଥନ କରିବା ପରେ ଟୁଇଟ୍‌ କରି ଲାଲୁ ପ୍ରସାଦ ଲେଖିଥିଲେ ଯେ, ସାପ ଯେମିତି କାତି ଛଡ଼ାଏ ନୀତୀଶ କୁମାର ସେଭଳି କାତି ଛଡ଼ାଉଛନ୍ତି। ପ୍ରତି ଦୁଇ ବର୍ଷରେ ଥରେ ନୀତୀଶ କୁମାରଙ୍କର ନୂଆ ଚର୍ମ କଅଁଳେ, ଏଥିରେ କାହାର ସନ୍ଦେହ ଅଛି କି?

publive-image Image Courtesy of Dailyindia.net

ଉଲ୍ଲେଖଯୋଗ୍ୟ, ‘ବିଜେପି’ରୁ ବିଚ୍ଛିନ୍ନ ହୋଇ ତେଜସ୍ବୀ ଯାଦବଙ୍କ ନେତୃତ୍ବାଧୀନ ‘ଆର୍‌ଜେଡି’ ଓ ଅନ୍ୟାନ୍ୟ ବିରୋଧୀ ଦଳଙ୍କ ନୂଆ ମହା ‘ମହାମେଣ୍ଟ’ ଘୋଷଣା କରି ନୀତୀଶ କୁମାର ଆଜି ବିହାରର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ପ୍ରସ୍ତୁତି କରୁଛନ୍ତି।

ବିହାର ବିଧାନସଭାରେ ଏବଂ ମେଣ୍ଟରେ ‘ଆର୍‌ଜେଡି’ ସର୍ବବୃହତ୍‌ ଦଳ ହୋଇଥିବାରୁ ତା’ର ବିଧାୟକମାନେ ଅଧିକ ମନ୍ତ୍ରୀପଦ ପାଇବା ସ୍ବାଭାବିକ କଥା। ‘ମହାମେଣ୍ଟ’ର ନୂଆ କ୍ୟାବିନେଟ୍‌ରେ ୩୫ଜଣ ମନ୍ତ୍ରୀ ରହିଲେ ସେଥିରୁ ୨୦ଜଣ ‘ଆର୍‌ଜେଡି’ରୁ ଯିବେ ବୋଲି କଳ୍ପନାଜଳ୍ପନା ଚାଲିଛି। ସେହିପରି, ‘ଜେଡି(ୟୁ)’ର ୧୧ରୁ ୧୩ଜଣ ବିଧାୟକ ମଧ୍ୟ ମନ୍ତ୍ରୀପଦ ପାଇବେ। ଅତିବେଶୀରେ କଂଗ୍ରେସର ୪ଜଣ ବିଧାୟକ ମନ୍ତ୍ରୀପଦ ପାଇବେ ବୋଲି ଆଶା କରାଯାଉଛି। ଏହାଛଡ଼ା, ‘ଏଚ୍‌ଏଏମ୍‌’ର ଜଣେ ବିଧାୟକ ଏବଂ ସ୍ବାଧୀନ ବିଧାୟକ ସୁମିତ କୁମାର ସିଂହ ମଧ୍ୟ କ୍ୟାବିନେଟ୍‌ରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe