ନଭି ମୁମ୍ବାଇରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା

Advertisment
ନଭି ମୁମ୍ବାଇରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ଭୁବନେଶ୍ୱର: ନଭି ମୁମ୍ବାଇର ଖରଘର ସେକ୍ଟର-୩, ବାଲାଜୀ ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ପକ୍ଷରୁ ମନ୍ଦିରର ସ୍ନାନ ମଣ୍ଡପକୁ ଶ୍ରୀଜିଉଙ୍କୁ ଅଣାଯିବା ପରେ ୧୦୮ ତୀର୍ଥ ଜଳରେ ସ୍ନାନ କରାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ହାତୀ ବେଶ କରାଯାଇଥିଲା।

ପରେ ଆଳତି ଓ ପୂଜା କରାଯାଇଥିଲା। ଏହି ଉପଲକ୍ଷେ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ। ଟ୍ରଷ୍ଟର ସଦସ୍ୟ ଓ ସେବକମାନେ ଏହାକୁ ପରିଚାଳନା କରିଥିଲେ। ଏହି ଅବସରରେ ବାଲେଶ୍ୱରରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଆତ୍ମାର ସଦ୍‌ଗତି କାମନା ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe