କୁନୋ ଜାତୀୟ ଉଦ୍ୟାନରେ ଶିକାରୀଙ୍କ କବଳରୁ ଚିତାଙ୍କୁ ସୁରକ୍ଷା ଦେବେ ସନ୍ଧାନୀ କୁକୁର ପଲ

Advertisment
ନଏଡ଼ା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି: ପୋଷା କୁକୁର କାମୁଡ଼ିଲେ ମାଲିକ ୧୦ ହଜାର ଟଙ୍କା ଦେବେ ଓ ଆକ୍ରାନ୍ତଙ୍କୁ ଚିକିତ୍ସା କରିବେ

Image Courtesy of India Today

ନୂଆଦିଲ୍ଲୀ: ଅଳ୍ପ ଦିନ ତଳେ ନାମିବ୍ୟାରୁ ଅଣାଯାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିବା ଚିତାମାନଙ୍କୁ ଶିକାରୀମାନଙ୍କ କବଳରୁ ରକ୍ଷା କରିବା ନିମନ୍ତେ ହରିୟାଣାର ପଞ୍ଚକୁଲାସ୍ଥିତ ‘ଇଣ୍ଡୋ-ତିବେତାନ୍‌ ବର୍ଡର୍‌ ପୋଲିସ୍‌ ଫୋର୍ସ’ର ‘ନ୍ୟାସ୍‌ନାଲ୍‌ ଟ୍ରେନିଙ୍ଗ୍‌ ସେଣ୍ଟର୍‌ ଫର୍‌ ଡଗ୍‌ସ୍‌’ରେ ଜର୍ମାନ୍‌ ସେପର୍ଡ ପ୍ରଜାତିର ସନ୍ଧାନୀ କୁକୁରଙ୍କୁ ତାଲିମ ଦିଆଯାଉଛି।

ବିପଦର ଆଭାସ ପାଇ ଚିତାମାନଙ୍କୁ ନୂଆ ବାତାବରଣରେ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ସ୍କ୍ବାଡ୍‌ରେ ଉକ୍ତ କୁକୁରମାନଙ୍କୁ ସାମିଲ କରାଯିବ। ‌ବିଶେଷ ତାଲିମ୍‌ ପାଠ୍ୟକ୍ରମରେ ବାଘଛାଲ, ହାଡ଼, ହାତୀଦାନ୍ତ, ରକ୍ତଚନ୍ଦନ ଓ ଅନ୍ୟାନ୍ୟ ବେଆଇ ବନ୍ୟଜାତ ସାମଗ୍ରୀ ଚିହ୍ନଟ କରିବା ପାଇଁ ମଧ୍ୟ ସେମାନଙ୍କୁ ତାଲିମ ଦିଆଯିବ।

‘ୱାଲର୍ଡ ୱାଇଡ୍‌ ଫଣ୍ଡ୍‌ ଫର୍‌ ନେଚର୍‌ ଇଣ୍ଡିଆ’ର ସହଯୋଗରେ ‘ଇଣ୍ଡୋ-ତିବେତାନ୍‌ ବର୍ଡର୍‌ ପୋଲିସ୍‌ ଫୋର୍ସ’ ଉକ୍ତ କୁକୁରମାନଙ୍କୁ ତାଲିମ ଦେଉଥିବା କଥା ‘ଇଣ୍ଡୋ-ତିବେତାନ୍‌ ବର୍ଡର୍‌ ପୋଲିସ୍‌ ଫୋର୍ସ’ର ‘ବେସିକ୍‌ ଟ୍ରେନିଙ୍ଗ୍‌ ସେଣ୍ଟର୍‌’ର ଆଇ.ଜି. ଈଶ୍ବର ଦୁହାନ୍‌ କହିଛନ୍ତି।

publive-image Image Courtesy of ANI

ଆଜ୍ଞାଧୀନତା, ଆଘ୍ରାଣ ଏବଂ ଅନୁସରଣ ଆଦି ଗୁଣ ଶିକ୍ଷା କରିବା ପାଇଁ ଏହି ସନ୍ଧାନୀ କୁକୁରମାନଙ୍କୁ ୭ ମାସ ତାଲିମ ଦିଆଯିବ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏନ୍‌ଆଇ’ ରିପୋର୍ଟ କରିଛି।

ଅର୍ଥାତ୍‌ ଆସନ୍ତା ବର୍ଷ ଏପ୍ରିଲ୍‌ ମାସରୁ ଉକ୍ତ ସନ୍ଧାନୀ କୁକୁରମାନେ ଚିତା ଓ ଅନ୍ୟାନ୍ୟ ବଣ୍ୟଜନ୍ତୁଙ୍କୁ ଶିକାରୀମାନଙ୍କ କବଳରୁ ସୁରକ୍ଷା ଦେବେ।

ସୂଚନାଯୋଗ୍ୟ, ୧୯୫୨ ମସିହାରୁ ଭାରତରେ ‘ଏସୀୟ ଚିତା’ ବିଲୁପ୍ତ ହୋଇଯିବାର ପ୍ରାୟ ୭ ଦଶନ୍ଧି ପରେ ଦକ୍ଷିଣ ଆଫ୍ରିକାର ନାମିବ୍ୟାରୁ ଭାରତକୁ ଚିତା ଅଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe