ଚୀନ୍ ସେନାକୁ ପଛକୁ ହଟାଇବ ଗଲ୍‌ୱାନ୍‌ ନଦୀର ତୁଷାର ବନ୍ୟା

Advertisment
ଚୀନ୍ ସେନାକୁ ପଛକୁ ହଟାଇବ ଗଲ୍‌ୱାନ୍‌ ନଦୀର ତୁଷାର ବନ୍ୟା

NYK Daily

ନୂଆଦିଲ୍ଲୀ: ଲଦାଖର ଗଲୱାନ ଉପତ୍ୟକାଠାରୁ ୫ କିମି ଦୂରରେ ଠୁଳ ହୋଇଥିବା ବିପୁଳ ଚୀନୀ ସେନାଙ୍କୁ ଏକ ପ୍ରାକୃତିକ ଝଟକା ଲାଗିଛିା ଗଲୱାନ ନଦୀରେ ଆସିଥିବା ସଦ୍ୟ ବନ୍ୟା ହିଁ ଚୀନୀ ସେନା ଶିବିରର ପୃଷ୍ଠଭାଗକୁ ବୁଡା଼ଇ ଦେଇଥିବାରୁ ସେଠାରୁ ସେମାନେ ପଛକୁ ହଟିବାକୁ ବାଧ୍ୟ ହେବେ ବୋଲି ଜଣାଯାଇଛିା ଜଣେ ବରିଷ୍ଠ ସେନାଧିକାରୀଙ୍କ ସୂଚନା ମୁତାବକ, ତାପମାତ୍ରାରେ ବୃଦ୍ଧି କାରଣରୁ ଅକ୍‌ସାଇ ଚୀନ୍‌ରୁ ବାହାରିଥିବା ବରଫଭର୍ତ୍ତି ଗଲୱାନ୍ ନଦୀରେ ବରଫଖଣ୍ତ ସବୁ ତରଳି ଏହାର ଜଲପତ୍ତନ ଭୀଷଣ ବୃଦ୍ଧି ପାଇଛିା ଫଳରେ ଏପରି ଅପ୍ରତ୍ୟାଶିତ ବନ୍ୟା ଯୋଗୁଁ ଗଲୱାନ୍ ନଦୀର ଉଭୟ କୂଳର ଯେ କୌଣସି ସ୍ଥାନ ପାଇଁ ମଧ୍ୟ ବିପଦର ଆଶଙ୍କା ରହିଛି। ଉପଗ୍ରହ ଏବଂ ଡ୍ରୋନ୍ କ୍ୟାମେରାରୁ ମିଳିଥିବା ଚିତ୍ରରୁ ଅନେକ ଚୀନୀ ଶିବିର ଏହି ବନ୍ୟାରେ ବୁଡି଼ଯାଇଥିବା ଜଣାପଡି଼ଛିା ଫଳରେ ଗଲୱାନ ସମେତ ଗୋଗ୍ରା, ଉଷ୍ମ ପ୍ରସ୍ରବଣ ଓ ପାଙ୍ଗଙ୍ଗ ସୋ ହ୍ରଦ ଆଦି ଅ‌ଳରେ ଚୀନୀ ସେନା ଆଉ ଆଗଭଳି ସ୍ଥାନ ମାଡ଼ିବସିବା ସମ୍ଭବ ନୁହୋ। ଏପରିକି ଆଗକୁ ଏହି ସବୁ ଅ‌ଳରେ ମଧ୍ୟ ଚୀନୀ ସେନା ପକ୍ଷରୁ ଶିବିର ତୋଳିବା କଷ୍ଟକର ହେବ। ତେବେ ଚୀନ୍ ପକ୍ଷରୁ ଯଦି ବାସ୍ତବ ନିୟନ୍ତ୍ରଣ ରେଖାରେ ସ୍ଥିତାବସ୍ଥା ବଜାୟ ନରହେ, ତେବେ ଆଗାମୀ ଶୀତ ଋତୁ ବେଳକୁ ପୁଣି ଭାରତୀୟ ଯବାନଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe