ହିମାଚଳପ୍ରଦେଶରେ ବରଫପାତ : ଅଟଳ ଟନେଲ୍‌ରେ ଫସିଥିବା‌ ୩୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ପୁଲିସ

ହିମାଚଳପ୍ରଦେଶରେ ବରଫପାତ : ଅଟଳ ଟନେଲ୍‌ରେ ଫସିଥିବା‌ ୩୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ପୁଲିସ

The Indian Express

ସିମ୍‌ଲା : ହିମାଚଳପ୍ରଦେଶରେ କ୍ରମାଗତ ଭାବେ ତାପମାତ୍ରା ହ୍ରାସ ପାଇବା ଫଳରେ ବରଫପାତ ହୋଇଛି। ଆଜି ରୋହତାଙ୍ଗ ନିକଟସ୍ଥ ଅଟଳ ଟନେଲ୍‌ରେ ବରଫ ମଧ୍ୟରେ ଫସି ରହିଥିବା ୩୦୦ ପର୍ଯ୍ୟଟକଙ୍କୁ ହିମାଚଳ ପୁଲିସ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିଛି।

ଗତ ଶନିବାର ସକାଳେ ପର୍ଯ୍ୟଟକମାନେ ଅଟଳ ଟନେଲ୍‌ ଅତିକ୍ରମ କରି ଯାଇଥିଲେ। ମାତ୍ର ସନ୍ଧ୍ୟାରେ ସେମାନେ କେଉଁଠି ବିଶ୍ରାମ ନେବାକୁ ସ୍ଥାନ ପାଇ ନଥିଲେ। ଅତ୍ୟଧିକ ମାତ୍ରାରେ ତୁଷାରପାତ ଯୋଗୁଁ ପର୍ଯ୍ୟଟକମାନେ ଟନେଲ୍‌ ମଧ୍ୟରେ ଫସି ରହିଯାଇଥିଲେ। ସେମାନେ ମନାଲିକୁ ଫେରିବା ବାଟରେ ଅଟକି ରହିଯାଇଥିଲେ ଏବଂ ସେମାନଙ୍କୁ ବହୁ କଷ୍ଟରେ ଆଜି ଉଦ୍ଧାର କରାଯାଇଛି ବୋଲି କୁଲ୍ଲୁ ଏସ୍‌ପି ଗୌରବ ସିଂହ ସୂଚନା ଦେଇଛନ୍ତି। ତୁଷାରପାତ ଯୋଗୁଁ ପର୍ଯ୍ୟଟକଙ୍କ ଯାନବାହନ ରାସ୍ତା ମଧ୍ୟରେ ଫସି ରହିଯାଇଥିଲା। ପାଖାପାଖି ୭୦ଟି ଯାନ ବରଫ ମଧ୍ୟରେ ଫସି ରହିଯାଇଥିଲା। ଶନିବାର ରାତିତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଶେଷରେ ବରଫ ମଧ୍ୟରେ ପୋତି ହୋଇଯାଇଥିବା ଯାନଗୁଡ଼ିକରେ ୩୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe