କଶ୍ମୀର ଉପତ୍ୟକା ଓ ହିମାଚଳରେ ତୁଷାରପାତ, ଜମ୍ମୁ-ଶ୍ରୀନଗର ରାଜପଥ ବନ୍ଦ

Advertisment
କଶ୍ମୀର ଉପତ୍ୟକା ଓ ହିମାଚଳରେ ତୁଷାରପାତ, ଜମ୍ମୁ-ଶ୍ରୀନଗର ରାଜପଥ ବନ୍ଦ

Image Courtesy of HT

ଜମ୍ମୁ: ସୋମବାର ଦିନ ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କଶ୍ମୀରର ଅନେକ ସ୍ଥାନରେ ସଦ୍ୟ ତୁଷାରପାତ ହୋଇଛି।

କାଜିଗୁନ୍ଦ ଅଞ୍ଚଳରେ ଥିବା ଜବାହର ଟନେଲ୍‌ ଆଖପାଖରେ ତୁଷାରପାତ ଫଳରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ହୋଇ ଯାଇଥିବାରୁ କଶ୍ମୀର ଦେଶର ବାକି ଅଞ୍ଚଳ ଠାରୁ ବିଚ୍ଛିନ୍ନ ହୋଇ ପଡ଼ିଛି।

ଜଣେ ବରିଷ୍ଠ ଟ୍ରାଫିକ୍‌ ବିଭାଗ ଅଧିକାରୀ କହିଛନ୍ତି: ରାସ୍ତା ଖସଡ଼ା ହୋଇଥିବାରୁ ଏବଂ ଜବାହର ଟନେଲ୍‌ ଓ ଅନ୍ୟାନ୍ୟ ଅଞ୍ଚଳରେ ସଦ୍ୟ ତୁଷାରପାତ ହୋଇଥିବାରୁ ରାଜପଥ ବନ୍ଦ ରହିଛି।

ଜମ୍ମୁ ଏବଂ କାଜିଗୁନ୍ଦରେ ଥିବା ନାଗ୍ରୋତା ଚେକ୍‌ ପଏଣ୍ଟ୍‌ରେ ଟ୍ରାଫିକ୍‌ ଅଧିକାରୀମାନେ ଯାନବାହନ ଚଳାଚଳ ବନ୍ଦ ରଖିଛନ୍ତି।

ଏଥର ଶୀତରେ ଏ ହେଉଛି କଶ୍ମୀରରେ ହୋଇଥିବା ପ୍ରଥମ ବଡ଼ ତୁଷାର ପାତ। ଏ ପର୍ଯ୍ୟନ୍ତ କଶ୍ମୀର ଶୁଖିଲା ରହିଥିଲା।

ସମଗ୍ର କଶ୍ମୀର ଉପତ୍ୟକାବାସୀ ତୁଷାରପାତକୁ ସ୍ୱାଗତ କରିଛନ୍ତି। ତୁଷାର ଯୋଗୁଁ ପର୍ବତଗୁଡ଼ିକରେ ଥିବା ଜଳାଶୟରେ ଜଳ ଭରି ଉଠିବ। କିଛି ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ସହାୟତା ପାଇଁ ଉପତ୍ୟକାର ବିଭିନ୍ନ ଜିଲ୍ଲାରେ ହେଲ୍‌ପ୍‌ଲାଇନ୍‌ ନମ୍ବର ଖୋଲାଯାଇଛି।

ସକାଳୁ ଶିମଳା ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଓ ତୁଷାରପାତ ସଘଂଠିତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅଧିକ ତୁଷାରପାତ ହେବ ବୋଲି ସ୍ଥାନୀୟ ପାଣିପାଗ ଅଫିସର ନିର୍ଦେଶକ ମନମୋହନ ସିଂହ କହିଛନ୍ତି।

ତୁଷାରପାତ ପର୍ଯ୍ୟଟକମାନଙ୍କ ପାଇଁ ଆନନ୍ଦ ଆଣିଛି। ସେମାନେ ତୁଷାରପାତ ଦେଖିବାକୁ ହୋଟେଲ୍‌ ବାହାରକୁ ଚାଲି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe