ବିବାହ ପରେ ପ୍ରଥମ ଥର ବାହାରେ ଦିଶିଲେ ନାଗା ଚୈତନ୍ୟ ଓ ପତ୍ନୀ ଶୋବିତା ଧୁଲିପାଲା

ପାରମ୍ପରିକ ତେଲୁଗୁ ସମାରୋହରେ ବିବାହ ହେବାର କିଛି ଦିନ ପରେ ପ୍ରଥମ ଥର ପାଇଁ ବାହାରେ ନଜର ଆସିଛନ୍ତି ନାଗା ଚୈତନ୍ୟ ଏବଂ ପତ୍ନୀ ଶୋବିତା ଧୁଲିପାଲା। ନବ ଦମ୍ପତ୍ତି ଆଶୀର୍ବାଦ  ପାଇଁ ଶ୍ରୀସଇଲମ ଶ୍ରୀ ଭ୍ରାମ୍ବାରମ୍ଭା ମଲ୍ଲିକାର୍ଜୁନା ସ୍ୱାମୀ ମନ୍ଦିର ପରିଦର୍ଶନ ପାଇଁ ବାହାରକୁ ବାହାରିଥିଲେ।

ନାଗା

ନୂଆଦିଲ୍ଲୀ: ପାରମ୍ପାରିକ ତେଲୁଗୁ ସମାରୋହରେ ବିବାହ ହେବାର କିଛି ଦିନ ପରେ ପ୍ରଥମ ଥର ପାଇଁ ବାହାରେ ନଜର ଆସିଛନ୍ତି ନାଗା ଚୈତନ୍ୟ ଏବଂ ପତ୍ନୀ ଶୋବିତା ଧୁଲିପାଲା। ନବ ଦମ୍ପତ୍ତି ଆଶୀର୍ବାଦ  ପାଇଁ ଶ୍ରୀସଇଲମ ଶ୍ରୀ ଭ୍ରାମ୍ବାରମ୍ଭା ମଲ୍ଲିକାର୍ଜୁନା ସ୍ୱାମୀ ମନ୍ଦିର ପରିଦର୍ଶନ କରିଥିଲେ। ନାଗାଙ୍କ ବାପା ନାଗାର୍ଜୁନ ମଧ୍ୟ ମଧ୍ୟ ଏହି ଦମ୍ପତି ସହ ନଜର ଆସିଥିଲେ। 

ନାଗା ଏକ ପାରମ୍ପାରିକ ଧଳା ପୋଷାକ ପିନ୍ଧିଥିବା ବେଳେ ଶୋବିତା ଏକ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିଲେ। ସେମାନେ ଯିବା ବେଳେ ପାପାରାଜିମାନେ ସେମାନଙ୍କର ଫଟୋ ଓ ଭିଡିଓ ନେବାକୁ ଚେଷ୍ଟା କରିଥିଲେ। ଦମ୍ପତି ହସି ହସି ସେମାନଙ୍କୁ ଅଭିବାଦନ ଜଣାଇଥିଲେ।

ଏହି ଭିଡିଓଟଇ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି। ବିବାହ ପରେ ଦମ୍ପତିଙ୍କୁ ପ୍ରଥମ ଈଶ୍ବରଙ୍କ ଆଶୀର୍ବାଦ ନେବାକୁ ବାହାରକୁ ବାହରିଥିବାର ଦେଖିବାକୁ ମିଳିଛି।

ଶୋବିତାଙ୍କ ପୂର୍ବରୁ ନାଗା ଟଲିଉଡ୍‌ର ଶୀର୍ଷ ଅଭିନେତ୍ରୀ ସାମନ୍ଥାଙ୍କୁ ବିବାହ କରିଥିଲେ। ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଆଦରଣୀୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ଛାଡ଼ପତ୍ର ଦେବେ ବୋଲି ଅକ୍ଟୋବର ୨ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଭରଣପୋଷଣ ବାବଦକୁ ନାଗା ଚୈତନ୍ୟ ତାଙ୍କୁ ୨୦୦ କୋଟି ଟଙ୍କା ଯାଚିଥିଲେ। ମାତ୍ର ସମନ୍ଥା ତାହାକୁ ନେବାକୁ ମନା କରି ଦେଇଥିଲେ।  ଆପଣା ଉଦ୍ୟମରେ ସଫଳତା ହାସଲକାରିଣୀ ନାରୀ ହୋଇଥିବାରୁ ନାଗା ଚୈତନ୍ୟ ଏବଂ ତାଙ୍କ ପରିବାର ଯାଚିଥିବା ୨୦୦ କୋଟି ଟଙ୍କା ଗ୍ରହଣ କରିବାକୁ ଅଭିନେତ୍ରୀ ସାମନ୍ଥା ମନା କରିଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe