ନୌସେନା ଘାଟି, ଯୁଦ୍ଧ ଜାହାଜରେ ସ୍ମାର୍ଟଫୋନ୍‌ ଓ ସୋସିଆଲ ମିଡିଆ ନିଷିଦ୍ଧ

Advertisment
ନୌସେନା ଘାଟି, ଯୁଦ୍ଧ ଜାହାଜରେ ସ୍ମାର୍ଟଫୋନ୍‌ ଓ ସୋସିଆଲ ମିଡିଆ ନିଷିଦ୍ଧ

The Economic Times

ନୂଆଦିଲ୍ଲୀ: ଭାରତୀୟ ନୌସେନା ପକ୍ଷରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏଣିକି ‌ନୌସେନା ଘାଟି କିମ୍ବା ନୌସେନା ଯୁଦ୍ଧ ଜାହାଜ‌ରେ ଆଉ ସ୍ମାର୍ଟଫୋନ୍‌ କିମ୍ବା ସୋସିଆଲ ମିଡିଆ ବ୍ୟବହାର ପାଇଁ ଅନୁମତି ମିଳିବନି। ସମସ୍ତ ସୋସିଆଲ ‌ନେଟ୍‌ୱର୍କିଂ ପ୍ଲାଟଫର୍ମ ତଥା ଫେସବୁକ୍‌, ଇନଷ୍ଟାଗ୍ରାମ୍‌, ହ୍ବାଟ୍ସଆପ୍‌ ଗୁଡ଼ିକୁ ଆଉ ନୌସେନା ଘାଟିରେ ଅନୁମତି ମିଳିବନି ବୋଲି ଜଣେ ବରିଷ୍ଠ ନୌସେନା ଅଧିକାରୀ କହିଛନ୍ତି। ନୌସେନାର ୭ ଜଣ ସଦସ୍ୟ ସୋସିଆଲ ମିଡିଆ ଦ୍ବାରା ଶତ୍ରୁ ପକ୍ଷର ଗୁଇନ୍ଦା ସଂସ୍ଥାକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଉଥିବା ନେଇ ଗତ ୨୦ ତାରିଖରେ ଧରା ପଡ଼ିଥିଲେ। ରୢାକେଟ୍‌ରେ ସମ୍ପୃକ୍ତ ଥିବା ସମସ୍ତ ୭ ଜଣଙ୍କୁ ଆନ୍ଧ୍ରପ୍ରଦେଶ ପୁଲିସ ଦ୍ବାରା ଗିରଫ କରାଯାଇଛି। ଏହି ରୢାକେଟ୍‌ର ପାକିସ୍ତାନ ସହ ସମ୍ପୃକ୍ତି ଥିବା ଜଣାପଡ଼ିଛି। ତେଣୁ ସୁରକ୍ଷା ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଆଗକୁ ଆଉ ନୌସେନାଘାଟିରେ ସ୍ମାର୍ଟଫୋନ୍‌ କିମ୍ବା ସୋସିଆଲ ମିଡିଆ ବ୍ୟବହାର କରାଯିବନି। ଜଣାଯାଇଛି ଯେ ଗିରଫ ହୋଇଥିବା ସମସ୍ତ ୭ ଜଣ ଯାକ ନାବିକ। ବିଶାଖାପାଟନମ୍‌ର ପୂର୍ବ ନାଭାଲ୍‌ କମାଣ୍ଡ୍‌ର ୩ ଜଣ ନାବିକ ଗିରଫ ହୋଇଥିବାବେଳେ ପଶ୍ଚିମ ନାଭାଲ୍‌ କମାଣ୍ଡ୍‌ର ୩ ଜଣ ଗିରଫ ହୋଇଛନ୍ତି। ଅନ୍ୟ ଜଣେ କର୍ଣ୍ଣାଟକର କରୱଡ଼ ନୌସେନା ଘାଟିରେ କାର୍ଯ୍ୟରତ ଥିଲେ। ଉକ୍ତୁ ୭ ଜଣଙ୍କୁ ଜେରା କରାଯାଉଛି। ହନି ଟ୍ରାପ୍‌ର ଶିକାର ‌ହୋଇ ଏମାନେ ଗୁରୁତ୍ବପୂର୍ଣ୍ଣ ସୂଚନା ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ଦେଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe