ସୋସିଆଲ ମିଡିଆ ପୋଷ୍ଟ୍‌ ମାମଲ: ଅଭିଯୋଗ ଦବାଇଲେ ଅବମାନନା ଭାବେ ଗ୍ରହଣ କରାଯିବ

Advertisment

ହାଇକୋର୍ଟମାନେ ଅନାବଶ୍ୟକ ଟିପ୍ପଣୀରୁ ଦୂରେଇ ରୁହନ୍ତୁ

ହାଇକୋର୍ଟମାନେ ଅନାବଶ୍ୟକ ଟିପ୍ପଣୀରୁ ଦୂରେଇ ରୁହନ୍ତୁ

ବିନା କରୋନା ଟେଷ୍ଟ୍‌ରେ ସୁପ୍ରିମ୍‌ କୋର୍ଟ ପରିସରକୁ ପ୍ରବେଶ ମନା

Image Courtesy of Hindustan Times

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ୧୯ ସ୍ଥିତି, ଅକ୍ସିଜେନ୍‌ ଯୋଗାଣ ଏବଂ ଔଷଧ ସଂକ୍ରାନ୍ତ ମାମଲାକୁ ନିଜ ଆଡ଼ୁ ଗ୍ରହଣ କରି ଆଜି ସୁପ୍ରିମ୍‌ କୋର୍ଟ ଶୁଣାଣି କରିଛନ୍ତି। ଦେଶରେ କୋଭିଡ୍‌ ସଙ୍କଟ ନେଇ ନାଗରିକମାନେ ସୋସିଆଲ ମିଡିଆରେ ସେମାନଙ୍କ ଅଭିଯୋଗ ପୋଷ୍ଟ୍‌ କରୁଛନ୍ତି ଏବଂ ନିଜର ଅନୁଭବ ସଂକ୍ରାନ୍ତ ତଥ୍ୟ ରଖୁଛନ୍ତି। ଏହାକୁ ଭୁଲ୍‌ ତଥ୍ୟ ବୋଲି ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ କରାଯିବା ଗ୍ରହଣୀୟ ନୁହେଁ ଏବଂ ଏଭଳି ହେଲେ ଏହାକୁ ଅଦାଲତ ଅବମାନନା ଭାବେ ବିବେଚନା କରାଯିବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। କୋଭିଡ୍‌-୧୯କୁ ନେଇ ସୂଚନାର ପ୍ରସାର ଉପରେ କୌଣସି ଅଙ୍କୁଶ ଲାଗିବା ଉଚିତ ନୁହେଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସୂଚନାର ମୁକ୍ତ ପ୍ରବାହ ହେବା ଉଚିତ ଏବଂ ନାଗରିକଙ୍କ ସ୍ବରକୁ ସମ୍ବେଦନାର ସହ ଶୁଣିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ନାଗରିକମାନେ ହସ୍ପିଟାଲରେ ସମ୍ମୁଖୀନ ହେଉଥିବା ସମସ୍ୟା ନେଇ ଯେଉଁ ପୋଷ୍ଟ୍‌ କରୁଛନ୍ତି ତାହାକୁ ଭୁଲ୍‌ ବୋଲି କହି ସମାଲୋଚନା କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି କୋର୍ଟ କହିଛନ୍ତି। ଦେଶରେ ଅକ୍ସିଜେନ ଯୋଗାଣକୁ ନେଇ ଜଟିଳ ସ୍ଥିତି ଉପୁଜିଥିବାରୁ ଏ ବାବଦରେ ସରକାର ସ୍ଥିତି ସ୍ପଷ୍ଟ କରନ୍ତୁ ବୋଲି କୋର୍ଟ କହିଛନ୍ତି। କେବେ ସୁଦ୍ଧା ଏହି ସମସ୍ୟାର ସମାଧାନ ହେବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ବିଭିନ୍ନ ରାଜ୍ୟରେ ହାଇକୋର୍ଟମାନେ କୋଭିଡ୍‌ ମାମଲାର ଶୁଣାଣି ବେଳେ ଅନାବଶ୍ୟକ ମନ୍ତବ୍ୟରୁ ଦୂରେଇ ରହିବା ଉଚିତ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ନିର୍ବାଚନ କମିସନଙ୍କୁ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କରି ନିକଟରେ ମାଡ୍ରାସ୍‌ ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe