କ୍ୟାମେରା ଆଗରେ ତସଲା ଧରି ପୋଜ୍ ଦେବାକୁ ଯାଇ ଗଳି ପଡ଼ିଲେ ଚେୟାରମ୍ୟାନ୍

New Project (4)

ସେଓନି(ମଧ୍ୟପ୍ରଦେଶ): ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ମଜାଦାର ଭିଡିଓ ଭାଇରାଲ ହୁଏ, ଯାହାକୁ ଦେଖିବା ପରେ ହସ ରୋକିବା କଷ୍ଟକର ହୋଇପଡେ। ପୂର୍ବରୁ ମଧ୍ୟ ଆମେ ଆପଣଙ୍କୁ ଅନେକ ମଜାଦାର ଭିଡିଓ ଦେଖାଇଛୁ। ଆଉ ଏବେ ସେଭଳି ଏକ ଭିଡିଓ ଆମେ ଆପଣଙ୍କୁ ଦେଖାଇବୁ। କିଭଳି ଜଣେ ବଡ଼ ବାବୁ ଦେଖାଇ ହେବା ପାଇଁ ଚେଷ୍ଟା କରୁଥିବା ବେଳେ ଗଳି ପଡ଼ିଥିଲେ, ତାହା ଭିଡିଓରେ ଆପଣ ଦେଖିପାରିବେ।

ଘଟଣାଟି ମଧ୍ୟପ୍ରଦେଶର ସେଓନିରେ ଘଟିଛି। ମନ୍ଦିର ନିର୍ମାଣ କାମ ଚାଲିଥିବା ବେଳେ ନିର୍ମାଣ କମିଟିର ଚେୟାରମ୍ୟାନ୍ ଧରା କୂର୍ତ୍ତା ପିନ୍ଧି ଫଟୋ ଉଠାଇବାକୁ ପହଞ୍ଚିଥିଲେ। ହେଲେ ତାଙ୍କୁ ଜଣାନଥିଲା ଯେ, ଖୁବଶୀଘ୍ର ତାଙ୍କ ଧଳା କୂର୍ତ୍ତାରେ କଳା ଦାଗ ଲାଗିଯିବ।

ସୂଚନା ମୁତାବକ, ଚିତ୍ରଗୁପ୍ତ ମନ୍ଦିର ମରାମତି କମିଟିର ଅଧ୍ୟକ୍ଷ ଡକ୍ଟର ପ୍ରଫୁଲ୍ଲ ଶ୍ରୀବାସ୍ତବ ସ୍ୱେଚ୍ଛାସେବକ ଭାବରେ ନିର୍ମାଣ କାମରେ ସାହାଯ୍ୟ କରିବା ପାଇଁ ଏବଂ ଏହି ସମୟର କିଛି ଫଟୋ ଓ ଭିଡିଓ ଉଠାଇବା ପାଇଁ ନିର୍ମାଣକାର୍ଯ୍ୟ ଚ‌ାଲିଥିବା ସ୍ଥାନରେ ପହଞ୍ଚିଥିଲେ। ସେଠ‌ାରେ ପହଞ୍ଚିବା ପରେ ତସଲାରେ କଞ୍ଚାମାଲ ଧରି ସେ ଗାତରେ ପକାଇଥିଲେ। ହେଲେ ରେକର୍ଡ ହୋଇନଥିବାରୁ ଆଉ ଥରେ ତସଲାରେ କଞ୍ଚାମାଲ ପକାଇବାକୁ କ୍ୟାମେରାମ୍ୟାନ୍ କହିଥିଲେ। ଦ୍ବିତୀୟ ଥର ଯେତେବେଳେ ଡକ୍ଟର ପ୍ରଫୁଲ୍ଲ ଶ୍ରୀବାସ୍ତବ ଏହା କରିଥିଲେ,‌ ସେତେବେଳେ ତାଙ୍କ ଗୋଡ଼ ଖସିଯିବାରୁ ସେ ଗାତ ଭିତରକୁ ଖସିପଡ଼ିଥି‌ଲେ।

ଏହି ଘଟଣା ପରେ ସେ ସାମାନ୍ୟ ଆହତ ହୋଇଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe